Below header

ECIL ରେ ବମ୍ପର ପଦବୀ ଖାଲି, ବିନା ପରୀକ୍ଷାରେ ହେବ ଚୟନ

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌(ECIL)ରେ ଗ୍ରାଜୁଏଟ ଏବଂ ଡିପ୍ଲୋମା ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବା ପାଇଁ ecil.co.in କୁ ଯାଇ ଆବେଦନ କରିପାରିବେ ।

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ରେ ଗ୍ରାଜୁଏଟ ଏବଂ ଡିପ୍ଲୋମା ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଯଦି ଆପଣ ଇଚ୍ଛୁକ ରହିଛନ୍ତି, ତେବେ ଫଟାଫଟ କରନ୍ତୁ ଆବେଦନ । ଏହି ଭର୍ତ୍ତି ଅଧିନରେ ୩୬୩ ପଦବୀରେ ଭର୍ତ୍ତି ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ecil.co.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୬୩

ଗ୍ରାଜୁଏଟ ଅପାରଣ୍ଟିସ : ୨୫୦
ଡିପ୍ଲୋମା/ଟେକ୍ନିସିଆନ : ୧୧୩

ଜରୁରୀ ତାରିଖ : ଏଥିରେ ଆବେଦନ ପାଇଁ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀ ଶେଷ ତାରିଖ ୧୫ ଡିସେମ୍ବର ପୂର୍ବରୁ କରନ୍ତୁ ଆବେଦନ ।

ଏଥିପାଇଁ ଟ୍ରେନିଂ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଔପଚାରିକ ୩୧ ଡିସେମ୍ବର ପର୍ଯ୍ୟନ୍ତ ପୂରଣ କରାଯିବ । ଏଥିପାଇଁ ଜବ୍‌ ଲୋକେସନ ହାଇଦ୍ରାବାଦରେ ରହିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ଟ୍ରେଡରେ ଗ୍ରାଜୁଏସନ ଡିଗ୍ରୀ ଏବଂ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଏଥିପାଇଁ ବୟସ ସୀମା ୧୮ ରୁ ୨୫ ବର୍ଷ ହେବା ଜରୁରୀ । ମେରିଟ, ଡିବି, ମେଡିକାଲ ଆଧାରରେ ଚୟନ ହେବ । ଗ୍ରାଜୁଏଟ ଅପାରଣ୍ଟିସ ୯୦୦୦ ଡିପ୍ଲୋମା/ଟେକ୍ନିସିଆନ ଅପାରଣ୍ଟିସ ପାଇଁ ୮୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.