ସଂପର୍କୀୟ ଝିଆରୀ ସହ ସଂପର୍କ ରଖିବାରୁ ହତ୍ୟା, ୧୫ଦିନ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ସଂପର୍କୀୟା ସହ ସଂପର୍କ ରଖିବାରୁ ଯୁବକକୁ ହତ୍ୟା। ହତ୍ୟାର ୧୫ଦିନ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ। ହତ୍ୟା ପରେ ୬୦କିମି ଦୂରରେ ଫିଙ୍ଗିଥିଲେ ମୃତଦେହ। ନଭେମ୍ବର ୨୬ ତାରିଖରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାରେ ନଭେମ୍ବର ୨୬ତାରିଖରେ କୋରଡ଼ା ଗାଁର ବିକାଶ ବେହେରାଙ୍କୁ ଅପହରଣ ନେଇ ମାମଲା ରୁଜୁ ହୋଇଥିଲା। ଅନୁଗୁଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି।

ଅନୁଗୁଳ(କେନ୍ୟୁଜ): ସଂପର୍କୀୟା ସହ ସଂପର୍କ ରଖିବାରୁ ଯୁବକକୁ ହତ୍ୟା। ହତ୍ୟାର ୧୫ଦିନ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ। ହତ୍ୟା ପରେ ୬୦କିମି ଦୂରରେ ଫିଙ୍ଗିଥିଲେ ମୃତଦେହ। ନଭେମ୍ବର ୨୬ ତାରିଖରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାରେ ନଭେମ୍ବର ୨୬ତାରିଖରେ କୋରଡ଼ା ଗାଁର ବିକାଶ ବେହେରାଙ୍କୁ ଅପହରଣ ନେଇ ମାମଲା ରୁଜୁ ହୋଇଥିଲା। ଅନୁଗୁଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି।

ଗିରଫ ଯୁବକ ଜଣଙ୍କ କଣିହାଁ ଥାନା ଜାମ୍ବୁଯୋଡି ଗାଁର ସଞ୍ଜିଲ ପ୍ରଧାନ। ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀ ସହ ବିକାଶର ପ୍ରେମ ସଂପର୍କ ରହିଥିଲା। ଏଥିପାଇଁ ବିକାଶକୁ ହତ୍ୟା କରିବାକୁ ସଂଜିଲ ଓ ତାଙ୍କ ସହଯୋଗୀ ମାନେ ଷଡ଼ଯନ୍ତ୍ର କରିଥିଲେ। ଘଟଣା ଦିନ ବିକାଶ ବେହେରା କୋରଡ଼ା ଗାଁ ପାଣି ଟାଙ୍କି ନିକଟରେ ଫୋନରେ କଥା ହେଉଥିବା ସଂଜିଲ ଓ ତାଙ୍କ ସହଯୋଗୀ ମାନେ ତାଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ।

ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ମୃତଦେହକୁ ଫିଙ୍ଗି ଦେଇଥିଲେ। ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡିକୁ ଜବତ କରାଯାଇଛି l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ପୋଲିସ ଉଦ୍ୟମ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.