ଶାହରୁଖ, ଅକ୍ଷୟ ଏବଂ ଅଜୟ ଦେବଗନଙ୍କୁ ହାଇକୋର୍ଟଙ୍କ ନୋଟିସ, ପାନ ମସାଲା ବିଜ୍ଞାପନ କରିବା ପଡିଲା ମହଙ୍ଗା

ଆହ୍ଲାବାଦ ହାଇକୋର୍ଟ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରିଛନ୍ତି । ପାନ୍ ମସାଲା କମ୍ପାନୀଗୁଡିକର ବିଜ୍ଞାପନ କରିବା ମାମଲାରେ ଏହି ନୋଟିସ୍‌ ଜାରି କରାଯାଇଛି ।

ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ପୀଠ ଦ୍ୱାରା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ପାନ୍ ମସାଲା କମ୍ପାନୀଗୁଡିକର ବିଜ୍ଞାପନ କରିବା ମାମଲାରେ ଏହି ନୋଟିସ୍‌ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଓକିଲ ଏହି ଆବେଦନକୁ ଖାରଜ କରିବାକୁ, ଏହି ଅବମାନନା ଆବେଦନ ଉପରେ ଲକ୍ଷ୍ନୌ ହାଇକୋର୍ଟରେ ଆବେଦନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଓକିଲ ଲକ୍ଷ୍ନୌ ପୀଠରେ କହିଛନ୍ତି ଯେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରୁଛନ୍ତି । କେନ୍ଦ୍ର ସରକାରଙ୍କ କହିବା କଥା ଯେ ଏହି କାରଣରୁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍ । ଜଷ୍ଟିସ ରାଜେଶ ସିଂ ଚୌହ୍ଵାନ୍‌ ଗୋଟିଏ ମାତ୍ର ପୀଠ ଏହି ଅବମାନନା ଆବେଦନକୁ ପାସ୍ କରିଛି । ଏଡା ବ୍ୟତୀତ ଆହୁରି ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ୯ ତାରିଖ ପାଇଁ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର କରାଯାଇଛି ।

ଏପରି ମଧ୍ୟ ଜଷ୍ଟିସ ରାଜେଶ ସିଂ ଚୌହ୍ନାନଙ୍କ ପୀଠରେ ପୂର୍ବରୁ ଆବେଦନକାରୀଙ୍କ ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା । ଏପରି ମଧ୍ୟ କୁହାଯାଇଥିଲା ଯେ ଏହି ଅଭିନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହି ଅଭିନେତାମାନେ ଉଚ୍ଚ ସମ୍ମାନ ପାଇଛନ୍ତି କିନ୍ତୁ ସେମାନେ ଗୁଟଖା କମ୍ପାନୀଗୁଡିକ ପାଇଁ ବିଜ୍ଞାପନ କରୁଛନ୍ତି ।

ଏହି ମାମଲାରେ ଆବେଦନକାରୀ କହିଛନ୍ତି ଯେ ଅକ୍ଟୋବର ୨୨ ରେ ସରକାରଙ୍କୁ ଏକ ରିପୋର୍ଟ ଦିଆଯାଇଥିଲା । କିନ୍ତୁ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହା ପରେ ଅବମାନନା ଆବେଦନ ଶୁଣାଣି ବେଳେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ଏହି ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଡେପୁଟି ସଲିସିଟର ଜେନେରାଲ ଏସ.ବି ପାଣ୍ଡେ କହିଛନ୍ତି ଯେ ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସରକାର କାରଣ ଜଣାଇ ସେମାନଙ୍କୁ ନୋଟିସ ଜାରି କରି ସେମାନଙ୍କ ଉତ୍ତର ଦେବାକୁ କହିଛନ୍ତି । ଏବେ ଏହି ବଲିଉଡ ସୁପରଷ୍ଟାର ଏହି ମାମଲାକୁ ନେଇଁ କିପରି ଭାବେ ଉତ୍ତର ଦେବେ ତାହା ଜାଣିବାରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.