Below header

ନାବାଳିକା ଘରୋଇ ସହାୟିକାକୁ ଲୁହା ରଡରେ ପିଟିଲେ, ନିବସ୍ତ୍ର କରି ଭିଡିଓ କଲେ… ମୁହଁରେ ଟେପ୍‌ ଲଗାଇ କଲେ ଅତ୍ୟାଚାର

ପୀଡିତା ମା’ଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଘରେ ଝିଅ କାମ କରୁଥିଲା, ସେହି ପରିବାରର ମାଲିକାଣୀ ସବୁବେଳେ ମୋ ଝିଅକୁ ଲୁହା ରଡରେ ପିଟୁଥିଲେ । ସେହି ପରିବାରର ଦୁଇ ପୁଅ ନାବାଳିକାକୁ ନିବସ୍ତ୍ର କରି ଭିଡିଓ ମଧ୍ୟ କରୁଥିଲେ ।

ଗୁରୁଗ୍ରାମ : ହୀନ ମାନସିକତାର ସୀମା ପାର । ୧୩ ବର୍ଷୀୟ ନାବାଳିକା ଚାକରାଣୀକୁ ପିଟିବା, କୁକୁର କାମୁଡେଇବା ଏବଂ ପୋଷାକ ଖୋଲିବାକୁ ବାଧ୍ୟ କରିଛନ୍ତି ହରିୟାଣାର ଗୁରୁଗ୍ରାମ ସେକ୍ଟେର-୫୭ରେ ଥିବା ଏକ ପରିବାର । ପରିବାରର ସଦସ୍ୟ ୧୩ ବର୍ଷୀୟ ଘରୋଇ ସହାୟିକା(ଚାକରାଣୀ)କୁ ଅକଥନୀୟ ଅତ୍ୟାଚାର କରିଥିବା ମାମଲା ସାମ୍ନାକୁ ଆସିଛି ।

ପୋଲିସ ମୁତାବକ, ପୀଡିତା ମା’ଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଘରେ ଝିଅ କାମ କରୁଥିଲା, ସେହି ପରିବାରର ମାଲିକାଣୀ ସବୁବେଳେ ମୋ ଝିଅକୁ ଲୁହା ରଡରେ ପିଟୁଥିଲେ । ସେହି ପରିବାରର ଦୁଇ ପୁଅ ନାବାଳିକାକୁ ନିବସ୍ତ୍ର କରି ଭିଡିଓ ମଧ୍ୟ କରୁଥିଲେ । ଝିଅକୁ ଅସଦାଚରଣ କରୁଥିଲେ ବୋଲି ପୀଡିତାଙ୍କ ମା’ କହିଛନ୍ତି ।

କେବଳ ସେତିକି ନୁହେଁ, ଅତ୍ୟାଚାର ଦେଉଥିବା ପରିବାର ମଧ୍ୟ ସହାୟିକାକୁ ବନ୍ଧକ ରଖିଥିଲେ । ପୀଡିତାଙ୍କୁ ତାଙ୍କ ମା’ ଆସି ମୁକୁଳାଇଥିଲେ । ପୋଲିସ କହିବା ମୁତାବକ, ପୀଡିତାଙ୍କ ମା’ କହିଛନ୍ତି, ତାଙ୍କ ଝିଅକୁ ୪୮ ଘଣ୍ଟା ମଧ୍ୟରେ ଥରେ ମାତ୍ର ଖାଇବାକୁ ଦେଇଛନ୍ତି । ନାବାଳିକା ପାଟି ଯେମିତି କେହି ଶୁଣିନପାରନ୍ତୁ, ସେଥିପାଇଁ ତା’ ଉପରେ ଟେପ୍‌ ଲଗାଇ ଦେଇଥିଲେ ।

ପୋଲିସ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସେହି ପରିବାର ପକ୍ଷରୁ ନାବାଳିକା ହାତରେ ଏସିଡ ମଧ୍ୟ ପକାଇ ଦିଆଯାଉଥିଲା । ଆଉ କାହାକୁ ଏହା ବିଷୟରେ କହିଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିଲା ।
ତେବେ ପୋଲିସ ଅଭିଯୁକ୍ତ ପରିବାରର ୩ ଜଣ ସଦସ୍ୟଙ୍କ ନାମରେ ଯୌନ ନିର୍ଯାତନା ଏବଂ ପସ୍କୋ ଧାରା ୧୦ ଏବଂ କିଶୋର ନ୍ୟାୟ ଅଧିନିୟମ ଧାରା ୭୫ ରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ନାବାଳିକାଙ୍କ ମା’ ୨୭ ଜୁନରେ ପାଖ ଅଞ୍ଚଳରେ ବାସନ ସଫା କରିବା ପାଇଁ ନିଜ ଝିଅକୁ କାମରେ ଲଗାଇଥିଲେ । ସେକ୍ଟର-୫୭ ନିବାସୀ ଶଶି ଶର୍ମାଙ୍କ ଘରେ ନାବାଳିକା ଜଣକ କାମ କରୁଥିଲେ । ନାବାଳିକା କାମ, ରହିବା ଖାଇବା ସହିତ ୯ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ପୀଡିତା ମା’ଙ୍କୁ କେବଳ ୨ ମାସର ଟଙ୍କା ଦେଇ ଅନ୍ୟ ମାସର ଟଙ୍କା ଦେଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.