ସୁଖଦେବ ସିଂ ଗୋଗାମେଡି ହତ୍ୟା ଘଟଣା : ଦୁଇଜଣ ସୁଟରକୁ ଚଣ୍ଡୀଗଡରୁ ଗିରଫ କଲା ପୋଲିସ

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୋଲିସ ମିଳିତ ଟିମ୍‌ ସେମାନଙ୍କୁ ଚଣ୍ଡୀଗଡ଼ରୁ ଗିରଫ କରିଛି । ସେମାନଙ୍କ ନାଁ ରୋହିତ ରାଠୋର ଓ ନୀତିନ ଫୌଜି ।

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୋଲିସ ମିଳିତ ଟିମ୍‌ ସେମାନଙ୍କୁ ଚଣ୍ଡୀଗଡ଼ରୁ ଗିରଫ କରିଛି । ଏମାନେ ଫେରାର ହେବା ପାଇଁ କୁଲ୍ଲ ଆଡକୁ ପଳାଇ ଯାଇଥିବା ପୋଲିସ କହିଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁଟର । ସେମାନଙ୍କ ନାଁ ରୋହିତ ରାଠୋର ଓ ନୀତିନ ଫୌଜି । ପୂର୍ବରୁ ପୋଲିସ ଉଧମକୁ ଗିରଫ କରିଥିଲା । ଆଉ ଉଧମ ଜରିଆରେ ଏହି ଦୁଇଜଣ ସୁଟରକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

ରୋହିତ ଓ ଉଧମଙ୍କୁ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଦିଲ୍ଲୀ ନେଇ ଯାଇଥିବା ବେଳେ ନୀତିନ ଫୌଜି ରାଜସ୍ଥାନ ପୋଲିସ ହେପାଜତରେ ରହିଛି । ଏମାନଙ୍କ ସଂପର୍କରେ ସୂଚନା ଦେବାକୁ ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଅଭିଯୁକ୍ତଙ୍କ ପାଖରୁ ପୋଲିସ ମୋବାଇଲ ଫୋନ ଜବତ କରିଛି ।

ଖବର ମୁତାବକ, ସୁଟର ଗୁଳି କରି ହତ୍ୟା କରିବା ପରେ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ଦେଇଥିଲେ । ସେମାନେ କେବଳ ଫେରାର ହେବା ପାଇଁ ମୋବାଇଲକୁ ବ୍ୟବହାର କରୁଥିଲେ । ପୋଲିସ ଅଭିଯୁକ୍ତ ପାଖରେ ଟେକ୍ନିକାଲ ସର୍ଭିଲାନ୍ସ ଜରିଆରେ ପହଞ୍ଚିପାରିଛି । ସୁଖଦେବ ସିଂଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପ୍ରଥମେ ଟ୍ରେନରେ ହିସାର ଯାଇଥିଲେ, ଏହାପରେ ବସରେ ମନାଲୀ ଯାଇଥିଲେ । ଏହାପରେ ଉଧମ ସହିତ ମନାଲୀରୁ ମଣ୍ଡି ଏବଂ ସେଠାରୁ ଚଣ୍ଡୀଗଡ ଯାଇଥିଲେ । ଚଣ୍ଡୀଗଡ ହୋଟେଲରେ ଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ଗତ ୫ ତାରିଖରେ ରାଜସ୍ଥାନରେ ଜୟପୁରରେ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା । ସଂପୂର୍ଣ୍ଣ ଘଟଣାରେ ପାଖାପାଖି ୧୭ ରାଉଣ୍ଡ ଫାୟାରିଂ ହୋଇଥିଲା । ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ସୋଫାରେ ବସିଥିବା ବେଳେ ତାଙ୍କୁ ଦୁଇ ଯୁବକ ହଠାତ୍ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ । ଏହି ଗୁଳିକାଣ୍ଡରେ ସୁଖଦେବ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ସଂପୂର୍ଣ୍ଣ ଘଟଣା ସିସି ଟିଭିରେ କଏଦ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.