Below header

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦେଲେ ଯୁବକ, ଦାବି କଲେ ୧୦ ଲକ୍ଷ ଟଙ୍କା; ଅଭିଯୁକ୍ତ ଗିରଫ

ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଇ-ମେଲ୍‌ ଜରିଆରେ ମିଳିଛି ହତ୍ୟା ଧମକ। ଏବେ ଏହି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମଧ୍ୟପ୍ରଦେଶର ଛତରପୁର ପୋଲିସ ଇଣ୍ଟରପୋଲ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି।

ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଇ-ମେଲ୍‌ ଜରିଆରେ ମିଳିଛି ହତ୍ୟା ଧମକ। ଏବେ ଏହି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମଧ୍ୟପ୍ରଦେଶର ଛତରପୁର ପୋଲିସ ଇଣ୍ଟରପୋଲ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିବା ସହ ସେ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ନିଜକୁ କହିଥିଲେ। ଯୁବକଙ୍କୁ ବିହାରର ରାଜଧାନୀ ପାଟନାରୁ ଗିରଫ କରାଯାଇଛି।

ପୋଲିସ କହିବା ଅନୁସାରେ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ବିହାରର ନାଳନ୍ଦା ଜିଲ୍ଲାର ଶଙ୍କରଡିହ ଅଞ୍ଚଳର ବାସିନ୍ଦା। ସେ ନକଲି ଇମେଲ ଆଇଡି ମାଧ୍ୟମରେ ବାଗେଶ୍ୱର ଧାମର ଅଫିସିଆଲ ଇମେଲ ଆଇଡିକୁ ଧମକପୂର୍ଣ୍ଣ ମେଲ୍‌ ପଠାଇଥିଲେ। ଏହାପରେ ବମିଠା ଥାନାରେ ଅକ୍ଟୋବର ୨୦ରେ ଉକ୍ତ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୮୭ ଓ ୫୦୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ଅକ୍ଟୋବର ୨୨ରେ ଯୁବକଙ୍କଠାରୁ ଆଉ ଏକ ମେଲ ମିଳିଥିଲା, ଯାହାର ଆଇପିକୁ ପୋଲିସ ଇଣ୍ଟରପୋଲ ସହାୟତାରେ ଅନୁସନ୍ଧାନ କରିଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ତଦନ୍ତ ଚାଲିଛି। ଏହା ପ୍ରଥମ ଥର ନୁହେଁ ଯେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ବାଗେଶ୍ୱର ଧାମର ମୁଖ୍ୟଙ୍କୁ ଏଭଳି ହତ୍ୟା ଧମକ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.