Below header

ଆମେରିକାରେ ପ୍ରବଳ ଝଡ ତୋଫାନ: ୬ ମୃତ, ୨୦ରୁ ଅଧିକ ଆହତ

ଆମେରିକାର ମଧ୍ୟ ଟେନେସିରେ ଭୟଙ୍କର ଝଡ ତୋଫାନରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ତୋଫାନ କାରଣରୁ ଅନେକ ସହରରେ ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଯାତାୟତରେ ବାଧା ଉପୁଜିଛି ।

ଆମେରିକାର ମଧ୍ୟ ଟେନେସିରେ ଭୟଙ୍କର ଝଡ ତୋଫାନ । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ତୋଫାନ କାରଣରୁ ଅନେକ ସହରରେ ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଯାତାୟତରେ ବାଧା ଉପୁଜିଛି । ମଣ୍ଟଗୋମେରୀ କାଉଣ୍ଟି ଅଧିକାରୀମାନେ କହିଛନ୍ତି ଯେ, କାଉଣ୍ଟିରେ ଝଡ ତୋଫାନ ପରେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ ନାଶଭିଲ୍ ଜରୁରୀକାଳୀନ ଅପରେସନ୍ ସେଣ୍ଟର କହିଛି ଯେ, ପ୍ରବଳ ଝଡ ଯୋଗୁଁ ଏଠାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ମଣ୍ଟଗୋମେରୀ କାଉଣ୍ଟି ଅଧିକାରୀ କହିଛନ୍ତି , ଅନ୍ୟ ୨୩ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୋସିଆଲ ମିଡିଆରେ କ୍ଲାର୍କସଭିଲ ଅଗ୍ନିଶମ ବିଭାଗ ଦ୍ୱାରା ସେୟାର କରିଥିବା ଫଟୋରେ କ୍ଷତିଗ୍ରସ୍ତ ଘର ଏବଂ ରାଜପଥରେ ଏକ ଟ୍ରାକ୍ଟର ଟ୍ରେଲର ଓଲଟି ପଡିଥିବାର ଦେଖାଯାଇଛି । କ୍ଲାର୍କସଭିଲ୍ ମେୟର ଜୋ ପିଟ୍ସ ଏକ ବିବୃତ୍ତିରେ କହିଛନ୍ତି ଯେ, ଏଭଳି ବିପର୍ଯ୍ୟୟରେ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପରିବାର ପ୍ରତି ଆମର ସମବେଦନା ।

ତେବେ ଏଠାରେ ପୀଡିତଙ୍କ ପାଇଁ ଏକ ରିଲିଫ କ୍ୟାମ୍ପ ଗଠନ କରାଯାଇଛି । ସେଠାକୁ ବହୁ ସଂଖ୍ୟକ ଲୋକ ବିସ୍ଥାପିତ ହୋଇଛନ୍ତି । କ୍ଲାର୍କସଭିଲ୍ ମେୟର ଜୋ ପିଟ୍ସ କହିଛନ୍ତି ଯେ, ଆମେ ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ସ୍ଥାନୀୟ ବିଦ୍ୟାଳୟରେ ଏକ ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ଏବଂ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.