ପରକୀୟାପ୍ରୀତି ନା କେବଳ ସନ୍ଦେହ? ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଜୀବନକୁ ମାରିବା ପରେ ତା ମୁଣ୍ଡ ଧରି ଥାନାରେ ପହଞ୍ଚିଛି ସ୍ୱାମୀ । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ତ ଦଶପଲ୍ଲା ଅଞ୍ଚଳରେ ହଇଚଇ ଖେଳାଇ ଦେଇଛି ।

ଦଶପଲ୍ଲା (କେନ୍ୟୁଜ): କୌଣସି ସଂପର୍କରେ ପ୍ରେମ ଏବଂ ବିଶ୍ୱାସ ନୀହାତି ଜରୁରୀ। ଲୋକମାନେ ନିଜ ସାଥୀଙ୍କ ସହିତ ପ୍ରେମର ଗଭୀରତା ଜାଣିବା ପାଇଁ ଅନେକ ପ୍ରକାର ପଦକ୍ଷେପ ନେଇଥାନ୍ତି। ତେବେ ଆଜିକାଲି କିନ୍ତୁ ଅନେକ କ୍ଷେତ୍ରରେ ପ୍ରେମରେ ପ୍ରତାରଣାର କାହାଣୀର ଦେଖିବାକୁ ମିଳୁଛି। କେଉଁଠି ସ୍ୱାମୀ ସ୍ତ୍ରୀକୁ ଧୋକା ଦେଉଛି ତ କେଉଁଠି ସ୍ତ୍ରୀ ସ୍ୱାମୀକୁ । ଆଉ କେଉଁଠି ଖାଲି ସନ୍ଦେହ ସନ୍ଦେହରେ ଘଟିଯାଉଛି ବଡ ବଡ ଅପରାଧ । ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଯେଉଁଠି ପରକୀୟାପ୍ରୀତି ସନ୍ଦେହ ଓ ପରେ ପାରିବାରିକ କଳହ ନେଲା ଜଣଙ୍କ ମୁଣ୍ଡ ।

କଥାରେ ଅଛି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁ ସମ୍ପର୍କ ଠାରୁ ଅଲଗା। ଏହା ଏମିତି ଏକ ସମ୍ପର୍କ ଯେଉଁଥିରେ ଦୁଇଟି ମନର ମିଳନ ହୋଇଥାଏ। ଦୁଇଟି ଆତ୍ମାର ମିଳନ ହୋଇଥାଏ। ଦୁଇଟି ଶରୀରର ମିଳନ ହୋଇଥାଏ। ଆଉ ସ୍ୱାମୀ ସ୍ତ୍ରୀଙ୍କ ଏହି ବନ୍ଧନ କେଇ ଦିନର ନୁହେଁ ବରଂ ସାତ ଜନ୍ମର ହୋଇଥାଏ। ହେଲେ ଯଦି କୌଣସି କଥାକୁ ନେଇ ଜଣେ ଜଣଙ୍କୁ ଜୀବନରୁ ମାରିଦେବ ତେବେ ସେ ସମ୍ପର୍କକୁ ଆପଣ କଣ କହିବେ । ଠିକ୍ ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ତଥା ବାଣିଗୋଛା ଥାନା ଅଞ୍ଚଳରେ।

ସ୍ତ୍ରୀକୁ ଜୀବନକୁ ମାରିବା ପରେ ତା ମୁଣ୍ଡ ଧରି ଥାନାରେ ପହଞ୍ଚିଛି ସ୍ୱାମୀ । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ତ ଦଶପଲ୍ଲା ଅଞ୍ଚଳରେ ହଇଚଇ ଖେଳାଇ ଦେଇଛି। ଜଣେ ସ୍ୱାମୀ ଏତେ ନୃଶଂସ ପାଲଟିଯାଇଛି ଯେ ନିଜ ସ୍ତ୍ରୀକୁ ଜୀବନରୁ ମାରିବାକୁ ପଛଘଚଞ୍ଚା ଦେଇନାହିଁ। ଖାଲି ସେତିକି ନୁହେଁ ହତ୍ୟାକାଣ୍ତ ପରେ ଏକ ବସ୍ତାରେ ସ୍ତ୍ରୀର ମୁଣ୍ତ ଓ ହତ୍ୟା ରେ ବ୍ୟବହୃତ ଟାଙ୍ଗିଆକୁ ଧରି ଥାନାରେ ଆତ୍ମ ସମର୍ପଣ କରିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁଜାମେଣ୍ଢି ପଞ୍ଚାୟତର ବିଡ଼ାପାଜୁ ଗ୍ରାମର ହରିଶ୍ଚନ୍ଦ୍ର ବାଘଙ୍କ ୩୩ ବର୍ଷିୟ ପୁଅ ଅର୍ଜୁନ ବାଘ ଏବଂ ସ୍ତ୍ରୀ ଧରିତ୍ରୀ ବାଘ ଯାହାଙ୍କୁ ୨୬ ବର୍ଷ । ଉଭୟଙ୍କ ମଧ୍ୟରେ ଗତକାଲି ଅପରାହ୍ନରେ କଳହ ଆରମ୍ଭ ହୋଇଥିଲା। ପୂର୍ବରୁ ଅର୍ଜୁନ ସ୍ତ୍ରୀର ପରକୀୟା ପ୍ରୀତି ରହିଥିବା ସନ୍ଦେହ କରୁଥିଲା । ସ୍ତ୍ରୀ ଧରିତ୍ରୀ କୁଆଡ଼େ ସ୍ୱାମୀ ଅର୍ଜୁନକୁ ବିଷଦେଇ ହତ୍ୟା କରିବ ବୋଲି କହିବା ପରେ ଝଗଡ଼ା ବଢ଼ିଥିଲା । ଯାହାକୁ ନେଇ ଅର୍ଜୁନ ଏକ ଟାଙ୍ଗିଆ ଆଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ଏହାପରେ ସ୍ତ୍ରୀର ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଅର୍ଜୁନ ।

ଏପଟେ ଏନେଇ ଜାଣିବାପରେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିଇଥିବା ବେଳେ ନିଜେ ବାଣିଗୋଛା ଥାନା ଅଧିକାରୀଙ୍କ ସମେତ ଏସ୍‌ଡିପିଓ ଏବଂ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି । ଏପଟେ ପରକୀୟାପ୍ରୀତି ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ଉଭୟଙ୍କର ଏକ ୫ ବର୍ଷର ପୁଅ ଏବଂ ୩ ମାସର ଝିଅ ରହିଥିବା ସୂଚନା ମିଳିଛି । ତେବେ ଦର୍ଶକବନ୍ଧୁ ସେ ଯାହାବି କଥା ଥାଉ , କଣ ଗୋଟେ ସ୍ୱାମୀ ଏଭଳି ନୃଶଂସ ହୋଇପାରେ । ଟାଙ୍ଗିଆରେ ହାଣି ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେବା ଭଳି ଅପରାଧ ଘଟାଇପାରେ।

 

Leave A Reply

Your email address will not be published.