Below header

ସ୍ମାର୍ଟ ଯୁଗର ସ୍ମାର୍ଟ ଛୁଆ ! ମା’ ଙ୍କ ଫୋନରୁ ୩୧ଟି ଚିଜ ବର୍ଗର ଅର୍ଡର କଲା ୨ ବର୍ଷର ଶିଶୁ

ଆମେରିକାର ଟେକ୍ସସ ରାଜ୍ୟରେ ରହୁଥିବା ଦୁଇ ବର୍ଷର ଶିଶୁକୁ ନେଇ ଏବେ ବିଶ୍ବ ବ୍ୟାପି ଚର୍ଚ୍ଚା । କାହିଁକି ଜାଣନ୍ତି । କାରଣ ଜାଣିଲେ ଆପଣ ହସି ହସି ଗଡ଼ିଯିବେ । ଏହି ଶିଶୁ ଟିର ମା’ ତାଙ୍କ ଫୋନକୁ ଛାଡିବା ପରେ ଶିଶୁଟି ମ୍ୟାକଡୋନାଲ୍ଡରୁ ୩୧ଟି ଚିଜବର୍ଗର ଅର୍ଡର କରିଦେଇଛି । ଶୁଣାଯାଉଛିକି ଦୁର୍ଘଟଣା ବଶତଃ ଶିଶୁଟି ଏକ ଜଣାଶୁଣା ୱେବସାଇଟରୁ ଏତେ ସଂଖ୍ୟକ ଚିଜବର୍ଗର ଅର୍ଡର କରିଦେଇଛି । କହିରଖିବା ଉଚିତ ହେବକି ଶିଶୁଟିର ମା’ କେଲସି ଗୋଲଡେନ ଏକ ସ୍କୁଲ ପାଇଁ ମିଡ଼ିଆ ମାର୍କେଟିଙ୍ଗ ମ୍ୟାନେଜର ଭାବେ କାମ କରୁଛନ୍ତି । ପ୍ରକୃତରେ କଣ ହେଇଛି ନା ଘଟଣା ଦିନ କମ୍ୟୁଟରରେ କାମ କରୁଥିବା ସମୟରେ ଶିଶୁଟି ଫୋନକୁ ଭୁଲ ଭାବରେ ଚିପି ୩୧ଟି ଚିଜ ବର୍ଗର ଅର୍ଡର କରିଦେଇଛି । ଶିଶୁ ଟିର ମା’ କେଲସିଙ୍କ କହିବା ଅନୁଯାୟୀ ଏହି ସମୟରେ ସେ ନିଜ ଫୋନରୁ ଫଟୋ ଗୁଡିକୁ କମ୍ପ୍ୟୁଟରରେ ଟ୍ରାନ୍ସ୍ଫର କରୁଥିଲେ । ଆଉ ଏହି ସମୟରେ ତାଙ୍କ ଦୁଇ ବର୍ଷର ଶିଶୁଟି ତାଙ୍କ ଠାରୁ ଫୋନକୁ ଛଡେଇବାକୁ ଲାଗିଲା । ମା’ ଙ୍କ କହିବା ଅନୁଯାୟୀ ତାଙ୍କ ଶିଶୁର ଗେମ ଖେଳିବା ବଦଳରେ ଫୋନର କ୍ୟାମେରାକୁ ବାରମ୍ବାର ଦେଖିବାକୁ ସେ ଖୁବ ଭଲପାଏ । କିନ୍ତୁ ଏଥର କେବଳ କ୍ୟାମେରା ନ ଦେଖି କଣ ହେଲା କେଜାଣି ପିଲାଟି ଫୋନର ସ୍କ୍ରିନକୁ ବାରମ୍ବାର ଦବେଇବାକୁ ଲାଗିଲା । କିଛି ସମୟ ପରେ ଉକ୍ତ ୱେବସାଇଟରୁ ନୋଟିଫିକେସନ ଆସିଲାକି ତାଙ୍କ ଅର୍ଡ଼ରରେ ଅଧିକ ସମୟ ଲାଗୁଛି । ଆଉ ସେବେ ହିଁ ଶିଶୁଟିର ମା’ ଜାଣିବାକୁ ପାଇଲେଯେ ସେହି ୱେବସାଇଟରୁ କିଛି ତ ଗୋଟେ ଅର୍ଡର ହୋଇଛି ।

କାରଣ ଏହା ପୂର୍ବରୁ ବି ଥରେ ନିଜ ସ୍କୁଲ ପିଲାମାନଙ୍କ ପାଇଁ ଥରେ ଏହି ୱେବସାଇଟରୁ ଖାଦ୍ୟ ମଗେଇଥିଲେ । କିନ୍ତୁ ଏଥର ଆସିଥିବା ନୂଆ ନୋଟିଫିକେସନ ତାଙ୍କୁ ଟିକେ ଅଜବ ଲାଗିଲା । ମନେ ମନେ ଭାବିଲେ ହୁଏତ ପୁଣି ଥରେ ଖାଦ୍ୟ ଅର୍ଡର ହୋଇଯାଇଛି । କିନ୍ତୁ ଜଣେ ସହଯୋଗୀଙ୍କୁ ପଚାରିବାରୁ ସେ ମଧ୍ୟ ଏନେଇ ମନା କଲେ । ଏହା ପରେ କେଳସିଙ୍କ ଭ୍ରମ ଆହୁରି ବଢି ଯାଇଥିଲା । କିନ୍ତୁ କରିବେ କଣ । ଆଉ ବି ତାଙ୍କ ପାଖରେ କିଛି ଉପାୟ ନଥିଲା । ଆଉ ଏହି ଭିତରେ ଜଣେ ଡେଲିଭରି ମ୍ୟାନ ଏକ ବଡ ବ୍ୟାଗ ନେଇ ପହଂଚିଥିଲେ । ଯେଉଁଥିରେ ୩୧ଟି ଚିଜ ବର୍ଗର ଥିଲା । ପ୍ରଥମେ ପ୍ରଥମେ କେଲସି ଭାବିଲେ ବୋଧ ହୁଏ ଏସବୁ ଭୁଲ ଠିକଣାକୁ ଆସିଯାଇଛି । କିନ୍ତୁ ତାଙ୍କ ଧାରଣା ଭୁଲ ଥିଲା । ପରେ ଜାଣିବାକୁ ପାଇଲେଯେ ତାଙ୍କ ଶିଶୁ ହିଁ ଖେଳୁ ଖେଳୁ ଭୁଲରେ ଏହି ଅର୍ଡର ଦେଇଦେଇଛି । ଆଉ ସବୁଠୁ ମଜାଦାର ହେଉଛି ଏହି ଅର୍ଡର ପାଇଁ ଚେଲସିଙ୍କୁ ୭ ହଜାର ଟଙ୍କା ଦେବାକୁ ପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.