ଦିନକୁ ଦିନ ବଢ଼ୁଥିବା ଟେକ୍ନୋଲୋଜିକୁ ଦେଖି ଏବେ ଲୋକମାନେ ସବୁ କାମ ପାଇଁ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି। ଏମିତିରେ ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ଆକାଉଣ୍ଟ ମଧ୍ୟ ବନାଇବାକୁ ପଡିଥାଏ। ଅସଲ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଏତେ ସବୁ ପାସଓ୍ଵାର୍ଡକୁ ମନେ ରଖିବାକୁ ପଡିଥାଏ। ଅନେକ ଥର ଲୋକମାନେ ପାସଓ୍ଵାର୍ଡ ଭୁଲିଯାନ୍ତି, କିନ୍ତୁ ଆପ୍ କିମ୍ବା ଆକାଉଣ୍ଟରେ ସହଜରେ ପାସଓ୍ଵାର୍ଡ ରିସେଟ ହୋଇଯାଇଥାଏ। କିନ୍ତୁ ଜିମେଲରେ ଏମିତି ହୋଇନଥାଏ। ପ୍ରାଇଭେସୀ ଏବଂ ସିକ୍ୟୁରିଟୀ କାରଣରୁ ଜିମେଲରେ ପାସଓ୍ଵାର୍ଡ ରିକଭର ପ୍ରକ୍ରୀୟା ବହୁତ ଡିଫିକଲ୍ଟ ରହିଥାଏ। ଏମିତିରେ ଅନେକ ଥର ଲୋକମାନେ ଚାହିଁ ମଧ୍ୟ ପାସଓ୍ଵାର୍ଡ ରିକଭର ହୋଇପାରିନଥାଏ ଏବଂ ଇମେଲକୁ ହରାଇ ବସନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ ବିନା ଇମେଲ ଆଇଡି ଏବଂ ଫୋନ୍ ନମ୍ବର ମଧ୍ୟ ନିଜର ଆକାଉଣ୍ଟ ରିକଭର କରିପାରିବେ।
ଯେତେବେଳେ ଆପଣ ଜିମେଲ ଆକାଉଣ୍ଟ ବନାଉଛନ୍ତି ସେତେବେଳେ ଗୁଗଲ ଆପଣଙ୍କୁ ରିକଭରୀ ଇମେଲ ଆଇଡି ଏବଂ ଫୋନ୍ ନମ୍ବର ମାଗିଥାଏ। ଆକାଉଣ୍ଟ ବନାଇବା ସମୟରେ ଉଭୟରେ ଡିଟେଲ୍ସ ଭରିବା ଆପଣଙ୍କ ପାଇଁ ଫାଇଦାପୂର୍ଣ୍ଣ ରହିବ। ଏପରି କରିବା ଦ୍ୱାରା ଆପଣ ଯଦି କେବେ ପାସଓ୍ଵାର୍ଡ କିମ୍ବା ଫୋନ୍ ନମ୍ବର ଭୁଲି ବି ଯାଆନ୍ତି ନା ତାହେଲେ ଆବଶ୍ୟକ ବେଳେ ନିଜ ଆକାଉଣ୍ଟକୁ ରିକଭର କରିପାରିବେ। କିନ୍ତୁ ଭୁଲରେ ବି ଯଦି ଆପଣ ଏହାକୁ କରୁନାହାଁନ୍ତି ତାହେଲେ ଆପଣଙ୍କୁ ଅନେକ ଜଟିଳତାକୁ ପାର କରି ରିକଭର କରିବାକୁ ପଡିବ।
ଏହି ପ୍ରକାର ରିକଭର କରନ୍ତୁ ପାସଓ୍ଵାର୍ଡ
- ଏଠାରେ ଆମେ ଆପଣଙ୍କୁ କହୁଛୁ ସେହି ପ୍ରୋସେସ୍ ଯାହାଦ୍ୱାରା ଆପଣ ଭୁଲିଯାଇଥିବା ନିଜର ଜିମେଲ ପାସଓ୍ଵାର୍ଡକୁ ଚେଞ୍ଜ୍ କରି ଏହାକୁ ରିକଭର କରିପାରିବେ। ଏହାକୁ କରିବା ପାଇଁ କଣ ଷ୍ଟେପ୍ସକୁ ଫଲୋ କରିବାକୁ ପଡିବ ଜାଣନ୍ତୁ।
- ସର୍ବପ୍ରଥମେ ଜିମେଲ ଲଗଇନ ପେଜକୁ ଯାଆନ୍ତୁ। ଏଠାରେ ଫରଗେଟ୍ ପାସଓ୍ଵାର୍ଡ ଉପରେ କ୍ଲିକ କରନ୍ତୁ।
- ଯେହେତୁ ଆପଣଙ୍କ ପାଖରେ ବ୍ୟାକଅପ୍ ଜିମେଲ ଏବଂ ଫୋନ୍ ନମ୍ବର ନାହିଁ, ଏମିତିରେ ଆପଣଙ୍କୁ ଅନ୍ୟ ବିକଳ୍ପ ଆପଣାଇବାକୁ ପଡିବ। ଆପଣଙ୍କୁ ଲାଷ୍ଟ ପାସଓ୍ଵାର୍ଡ ଦେବାକୁ କୁହାଯିବ। ଯଦି ପୂର୍ବ ପାସଓ୍ଵାର୍ଡ ମନେ ଅଛି ତାହେଲେ ତାକୁ ଭରନ୍ତୁ।
- ଯଦି ଆପଣଙ୍କ ପାସଓ୍ଵାର୍ଡ ମନେ ନାହିଁ ତାହେଲେ Try Another Way ଅପ୍ସନ ଉପରେ ଦୁଇ ଥର କ୍ଲିକ କରିବାକୁ ହେବ।
- ଏହାପରେ ଆପଣଙ୍କୁ I do not have my Phone number ଉପରେ କ୍ଲିକ କରିବାକୁ ହେବ।
- ଏବେ ଯେଉଁ ପେଜ୍ ଆସିବ ସେଠାରେ ଆପଣଙ୍କୁ ଏକ ମେସେଜ୍ ଦେଖାଯିବ। ଯେଉଁଥିରେ ଆପଣଙ୍କୁ କିଛି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏବେ Try Again ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ।
- ଏହାପରେ କିଛିି ସିକ୍ୟୁରିଟୀ ପ୍ରଶ୍ନର ଉତ୍ତର ଦେଇ ଆଗକୁ ବଢ଼ନ୍ତୁ।
- ଏହି ପ୍ରୋସେସକୁ କରିବା ପରେ ଆପଣଙ୍କୁ ଜିମେଲ ଆକାଉଣ୍ଟ ରିକଭର ହୋଇପାରିବ।