ଆମେରିକାର ଚେତାବନୀ : ସାରା ଦୁନିଆରେ ମାତ୍ର ୭୦ ଦିନ ପାଇଁ ଗହମର ଷ୍ଟକ ରହିଛି, ସମସ୍ତଙ୍କ ନଜର ଏବେ ଭାରତ ଉପରେ

ନୂଆଦିଲ୍ଲୀ : ଏକ ସମୟ ଥିଲା ଯେତେବେଳେ ଆମେରିକା ଗହମ ପଠାଇବା ନେଇ ଭାରତକୁ ଧମକାଉଥିଲା । ଭାରତ ଅପମାନ ସହି ମଧ୍ୟ ଆମେରିକା ଉପରେ ଗହମ ପାଇଁ ନିର୍ଭର କରୁଥିଲା ଓ ଆମେରିକାର ୟୁଏସ୍‌ ପିଏଲ୍‌ ୪୮୦ ଗହମକୁ କ୍ରୟ କରିବାକୁ ବାଧ୍ୟ ହେଉଥିଲା । ଏହି ଗହମ କିଣିବାରେ ସର୍ତ୍ତ ଥିଲା ଯେ ଭାରତ ଆମେରିକାରୁ ଗହମ କିଣିବା ବେଳେ ଏହାର ପରିବହନ, ବିତରଣ ଓ ଭଣ୍ଡାର ଖର୍ଚ୍ଚ ମଧ୍ୟ ବୁଝିବାକୁ ପଡ଼ୁଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ନିଜର ଗହମ ରପ୍ତାନୀ ବନ୍ଦ ନ କରିବାକୁ ଏବେ ଆମେରିକା ଭାରତକୁ ଅନୁରୋଧ କରୁଛି । ଏବେ ଭାରତ ପାଖରେ ଏତେ ଖାଦ୍ୟାନ୍ନ ରହିଛି ଯେ ସାର ଦୁନିଆର ଆବଶ୍ୟକତା ପୂରଣ କରି ପାରିବ ।

ୟୁରୋପର ଭାତ ହାଣ୍ଡି କୁହାଯାଉଥିବା ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସେଠାକାର ପରିସ୍ଥିତି ଗମ୍ଭୀର ହୋଇଛି । ୟୁକ୍ରେନର ବନ୍ଦରଗାହୋଁରେ ଖାଦ୍ୟ ପଡ଼ି ରହିଛି,ହେଲେ ଯୁଦ୍ଧ ଯୋଗୁ ସେଠାରୁ ଖାଦ୍ୟ ଶସ୍ୟ ଆସିପାରୁନାହିଁ । ଆଗକୁ ହେବାକୁ ଥିବା ସଂକଟକୁ ଦେଖି ଯୁକ୍ତ ରାଷ୍ଟ୍ର ଆମେରିକା ଚେତାବନୀ ଦେଇଛି ଯେ ସାରା ଦୁନିଆ ପାଇ ମାତ୍ର ୧୦ ସପ୍ତାହ ବା ୭୦ ଦିନ ପାଇଁ ଗହମ ବାକି ରହିଛି । ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଅନୁଯାୟୀ ଗହମର ଭଣ୍ଡାର ୨୦୦୮ ପରେ ସବୁଠୁ ନିମ୍ନ ସ୍ତରରେ ରହିଛି ।

ୟୁକ୍ରେନ ସଂକଟ ଓ ଭାରତର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଯୋଗୁ ୟୁରୋପୀୟ ଦେଶ ଗୁଡ଼ିକରେ ଗହମ ଅଭାବ ପରିଲକ୍ଷିତ ହୋଇଛି । ସମୟ ଏପରି ହୋଇଛି ୟୁରୋପୀୟ ଦେଶ ଖାଦ୍ୟ ପାଇଁ ଚିତ୍କାର କରିପାରେ । ଗୋ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁଯାୟୀ ଋଷ ଓ ୟୁକ୍ରେନ ମିଳିତ ଭାବେ ବିଶ୍ୱର ଏକ ଚୁତର୍ଥାଂଶ ଗହମର ଅଭାବ ପୁରଣ କରିଥାନ୍ତି ।

ଋଷରେ ଏଥର ଗହମ ଫସଲ ବହୁତ ଭଲ ହୋଇଛି :

ଋଷରେ ଏଥର ଭଲ ଗହମ ଫସଲ ହୋଇଥିବାରୁ ସାରା ପଶ୍ଚିମ ଦେଶକୁ ନିୟନ୍ତ୍ରଣ କରିପାରେ । ଅନ୍ୟ ପକ୍ଷରେ ଆମେରିକାରେ ଏଥର ଖରାପ ଜଳବାୟୁ ଯୋଗୁ ଗହମ ଫସଲ ବହୁତ ଖରାପ ହୋଇଛି । ଫଳରେ ୟୁରୋପୀୟ ଦେଶରେ ଖାଦ୍ୟ ଅଭାବ ପରିଲକ୍ଷିତ ହୋଇପାରେ ।

ଭାରତ ଉପରେ ରହିଛି ଦୁନିଆର ନଜର :

ସବୁ ଦେଶର ଦୃଷ୍ଟି ଏବେ ଭାରତ ଉପରେ ରହିଛି । ଘରୋଇ ବଜାର ଦାମକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଏବେ ଗହମ ରପ୍ତାନୀ ବନ୍ଦ ରଖିଛି । ପ୍ରକାଶଯୋଗ୍ୟ ଯେ ଭାରତ ଦୁନିଆର ସବୁଠୁ ଦ୍ୱିତୀୟ ବଡ଼ ଗହମ ଉତ୍ପାଦକ ଦେଶ । ଭାରତର ଗହମ ରପ୍ତାନୀ ବନ୍ଦ ନିଷ୍ପତ୍ତି ଏବେ ବହୁ ଦେଶକୁ ଖାଦ୍ୟ ଅଭାବ ପରିସ୍ଥିତିକୁ ନେଇଯାଇପାରେ ।

ବିଶେଷକରି ଆମେରିକା ଏଥିରେ ଅଧିକଭାବେ ପ୍ରଭାବିତ ହେବ । ତେଣୁ ଆଜି ଜାପାନରେ ହେବାକୁ ଯାଉଥିବା କ୍ୱାଡ ବୈଠକରେ ଭାରତର ଗହମ ରପ୍ତାନୀ ମାମଲା ଉଠିପାରେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗହମ ରପ୍ତାନୀ ପ୍ରତିବନ୍ଧକ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.