ଶ୍ରୀମନ୍ଦିର ଚାରିପଟେ ଆଲୋକୀକରଣ ବନ୍ଦ ହେବା ଘଟଣା, ଲାଇଟ ଖୋଲୁଥିବା ବେଳେ ୪ ଅଟକ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଲୋକ ଖୁଣ୍ଟି ଓ ଆଲୋକୀକରଣ ବନ୍ଦ ହେବା ଘଟଣା ।  ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି ।  ଦିଲ୍ଲୀର ଏକ ଇଭେଣ୍ଟ ସଂସ୍ଥା ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୟରେ ଆଲୋକୀକରଣ ଦେଇଥିଲା ।  ଖୁଣ୍ଟି ଖୋଲୁଥିବା ବେଳେ ଏହି ସଂସ୍ଥାର ୪ ଜଣଙ୍କୁ ଅଟକ ରଖାଯାଇଛି ।  ଉପଯୁକ୍ତ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ତ୍ଵରିତ ଆଲୋକୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପ୍ରକାଶଯୋଗ୍ୟ, ଗତ ଜାନୁଆରୀ ୧୭ ତାରିଖରେ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଫୋକସ ଲାଇଟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ବେଳେ ଲଗାଇଯାଇଥିଲା । ଫଳରେ ଫୋକସ ଲାଇଟ ଲାଗିବା ଯୋଗୁ ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ପରିସର ରାତିରେ ଉଜ୍ଜଳ ଭାବେ ଦେଖାଯାଉଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା । ଫଳରେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଘନ ଅନ୍ଧକାରରେ ବି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । କିନ୍ତୁ ଏବେ ୩ ଦିନ ହେଲା ଅନ୍ଧାର ହୋଇଛି ଶ୍ରୀମନ୍ଦିର ଚାରିପଟ ।

 

Leave A Reply

Your email address will not be published.