Below header

ଖାଦ୍ୟ ଖାଇବା ପରେ ଏପରି ଭୁଲ୍ ବିଲକୁଲ କରନ୍ତୁନି, ହୋଇ ପାରନ୍ତି ଅନେକ ରୋଗର ଶିକାର

ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଦ୍ୟ ଖାଇବା ପରେ ଅନେକ ଗୁଡ଼ିଏ ଆକ୍ଟିଭିଟି କରନ୍ତି। ଯାହା ପାଇଁ ପରେ ସେମାନେ ଅନେକ ଅସୁବିଧାର ସାମ୍ନା କରନ୍ତି। ଆପଣ ଜାଣିଛନ୍ତି ଯେ ଲୋକମାନେ ସୁସ୍ଥ ଖାଦ୍ୟ ଖାଇବା ବିଷୟରେ କିଛି ମାତ୍ରାରେ ସଚେତନ ହୋଇଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଭଲ ଖାଦ୍ୟ ଖାଇବା ପରେ ଅନେକ ଥର ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇ ଥାଏ।

ତେବେ ଏପରି ହେବାର କାରଣ ହେଉଛି ଖାଦ୍ୟ ଖାଇବା ପରେ, ଅନେକ ଲୋକ କିଛି ତ୍ରୁଟିପୂର୍ଣ୍ଣ କାମ କରି ଥାନ୍ତି। ତେଣୁ ଆଜି ଆମେ ଜାଣିବା ଖାଦ୍ୟ ଖାଇ ସାରିବା ପରେ ଆପଣଙ୍କୁ କ’ଣ କରିବା ଅନୁଚିତ। ପାଣି ଆମ ଶରୀର ପାଇଁ ନିହାତି ଜରୁରୀ। କିନ୍ତୁ ଏହାକୁ ମଧ୍ୟ ସଠିକ୍ ଉପାୟରେ
ପିଇବା ଦରକାର। କିଛି ଲୋକ ଅଛନ୍ତି ଯେଉଁମାନେ କି ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ହିଁ ପାଣି ପିଇବାକୁ ପସନ୍ଦ କରନ୍ତି। ହେଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। କୌଣସି ଖାଦ୍ୟ ଖାଇ ସାରି ହଠାତ୍ ପାଣି ପିଇଲେ ଏହା ଆପଣଙ୍କ ହଜମ ଶକ୍ତିକୁ ପ୍ରଭାବିତ କରିଥାଏ। ଖାଦ୍ୟ ଠିକ୍ ଭାବେ ହଜମ ହୁଏନି। ପୁଣି ଅଧିକ ଏସିଡିଟି ହେବାର ସମ୍ଭାବନା ରହିଥାଏ।

sleeping
picture credit – Medical News Today

ଖାଇବା ସମୟରେ ଆପଣ ପିନ୍ଧିଥିବା ବେଲ୍ଟକୁ ଖୋଲିବା ଅନୁଚିତ। ପ୍ରାୟତ ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଖାଇବା ସମୟରେ
ପ୍ୟାଣ୍ଟର ବେଲ୍ଟ ଢିଲା କରିବାର ଦେଖିଥିବେ। କିନ୍ତୁ ଏହା ଆପଣଙ୍କ ସମସ୍ୟାକୁ ବଢ଼ାଇପାରେ। କହିବାକୁ ଗଲେ ବେଲ୍ଟ ଖୋଲିବା ହେତୁ, ପେଟ ଚାରିପାଖରେ ସୃଷ୍ଟି ହେଇଥିବା ଚାପରୁ ଆରାମ ଅନୁଭବ ହୁଏ। କିନ୍ତୁ ବେଲ୍ଟ ଖୋଲିବା ପରେ କିଛି ଲୋକ ଆବଶ୍ୟକ ଠାରୁ ଅଧିକ ଖାଇଥାଆନ୍ତି। ଯାହା ପାଇଁ ତାଙ୍କର ଓଜନ ବଢ଼ି ଥାଏ।

ଖାଦ୍ୟ ଖାଇବା ପରେ ତମାଖୁ ସେବନ କରିବା ମଧ୍ୟ ବିପଜ୍ଜନକ। ଏହାକୁ କେବେବି ଖାଇବା ଉଚିତ୍ ନୁହେଁ । ଏହା ପରେ ବି କିଛି ଲୋକ ଖାଇବା ପରେ କିମ୍ବା ଖାଦ୍ୟ ଖାଇବା ସମୟରେ ସିଗାରେଟ୍ ଟାଣୁଥିବାର ଦେଖାଯାଏ। ଏପରି କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗର ଅନେକ ଆଶଙ୍କା ବଢ଼ିଥାଏ।

ଖାଇବା ପରେ ତୁରନ୍ତ ଶୋଇବା ମଧ୍ୟ ଠିକ୍ ନୁହେଁ। ଯଦି ଆପଣଙ୍କର ମଧ୍ୟ ଶୋଇବା କିମ୍ବା ରାତ୍ରୀ ଭୋଜନ ପରେ ତୁରନ୍ତ ଶୋଇବାର ଅଭ୍ୟାସ ଅଛି, ତେବେ ଏହାକୁ ଏଡାଇବା ନିହାତି ଦରକାର। ଏହା କରିବା ଦ୍ୱାରା ପେଟ ରୋଗ ବଢିବା ସହିତ ଏବଂ ମେଦବହୁଳତାର ଶିକାର ହେବାକୁ ପଡ଼େ। ଯଦିଓ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଖାଦ୍ୟ ଖାଇବା ପରେ ତୁରନ୍ତ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ। କାରଣ ଯଦି ଆପଣ ରୁଟି କିମ୍ୱା ଭାତ ଖାଉଛନ୍ତି, ତେବେ ଏହା ପରେ ଫଳ ଖାଇବା ଆପଣଙ୍କ ପାଇଁ ଖରାପ। ଏପରି କରିବା ଦ୍ବାରା ଶରୀର ଖାଦ୍ୟର ପୁଷ୍ଟିକର ଖାଦ୍ୟକୁ ସଂପୂର୍ଣ୍ଣ ରୂପେ ପାଇ ନଥାଏ। ଏହା ସହିତ ଫୁଡ୍ ପାଇଜନ୍ ହେବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ଖାଇ ସରିବା ପରେ ଆପଣ କିଛି ସମୟ ଚାଲିବା ଦରକାର। ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.