ବାମପନ୍ଥୀ ନେତା ତଥା ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର(କେନ୍ୟୁଜ୍):ବିଶିଷ୍ଟ ବାମପନ୍ଥୀ ନେତା ତଥା ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ଘଟିଛି । ଦୀର୍ଘ ୧୫ ମାସ ଧରି ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ଦୁଇ ଦିନ ସେ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳକୁ ୩ ପୁଅ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

ମୃତଦେହକୁ ହସପିଟାଲରୁ ଜାଗମରା ସ୍ଥିତ ବାସଭବନକୁ ନିଆଯାଇଛି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ୧୯୭୭ରୁ ୧୯୮୦ ଏବଂ ୧୯୮୯ ରୁ ୧୯୯୬ ମଧ୍ୟରେ ସେ ୩ ଥର ସାଂସଦ ଭାବେ କାର୍ଯ୍ୟ କରିଥିଲେ। ବାମପନ୍ଥୀ ଚିନ୍ତାରେ ବିଶ୍ୱାସ କରୁଥିବା ଜଣେ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ରାଜ୍ୟରେ ସିପିଆଇ( ଏମ )କୁ ପ୍ରତିଷ୍ଠା କରିବା ଦିଗରେ ତାଙ୍କର ଭୂମିକା ଥିଲା । କୃଷକ ଓ ଶ୍ରମିକ ଆନ୍ଦୋଳନର ପୁରୋଧା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.