Below header

ବନ୍ଧାକୋବି ଏବଂ ବ୍ରୋକଲି ତୋଳିବା ପାଇଁ ମିଳୁଛି ବାର୍ଷିକ ୬୩ ଲକ୍ଷ ଟଙ୍କା ପ୍ଯାକେଜ, ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏମିତି ଅଫର

କରୋନା କାଳରେ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଚାଲିଗଲା। ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କଲେ। ଏବେ ବି ଅନେକ ଲୋକ ଏଣେ ତେଣେ ବୁଲି ଚାକିରି ଖୋଜୁଛନ୍ତି। ଏହା ମଧ୍ୟରେ କିନ୍ତୁ ଏବେ ଇଣ୍ଟରନେଟରେ ଏବେ ଏମିତି ଜବ୍ ଅଫର ଭାଇରଲ ହେଉଛି, ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚିତ କରିବାକୁ ମନେ କରିବେ।

କେବେ ଚିନ୍ତା କରିଛନ୍ତି କି, ବନ୍ଧାକୋବି ଏବଂ ବ୍ରୋକଲି ତୋଳିବା ପାଇଁ ଆପଣଙ୍କୁ ବାର୍ଷିକ ୬୩ ଲକ୍ଷ ଟଙ୍କା ଦିଆଯାଉଛି, ତାହେଲେ କାହିଁକି କିଏ ରାଜି ହେବନି। ୟୁକେର ଏକ ଫାର୍ମିଂ କମ୍ପାନୀ ତରଫରୁ ବନ୍ଧାକୋବି ତୋଳିବାକୁ କର୍ମଚାରୀଙ୍କୁ ଭଲ ଦରମା ଅଫର କରାଯାଉଛି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

T H Clements and Son Ltd ତରଫରୁ ଅଫର କରାଯାଉଥିବା ଏହି ଚାକିରି ପାଇଁ ଅନଲାଇନ ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନରେ କୁହାଯାଇଛି ଯେ, ବର୍ଷ ସାରା କ୍ଷେତରୁ କୋବି ଓ ବ୍ରୋକୋଲି ତୋଳିବା କାମ ପାଇଁ ଘଣ୍ଟାକୁ ୩ ହଜାର ଟଙ୍କାରୁ ଅଧିକ ମିଳିବ। ଏହି କାମ ପାଇଁ ବାର୍ଷିକ ୬୩ ଲକ୍ଷ ୧୧ ହଜାର ୬୪୧ ଟଙ୍କା ଅଫର କରାଯାଉଛି। ୱାର୍କ ପ୍ରୋଫାଇଲରେ ଏହାକୁ ଶାରୀରିକ ପରିଶ୍ରମ ବୋଲି କୁହାଯାଇଛି ଏବଂ ଏହି କାମ ବର୍ଷ ସାରା କରିବାକୁ ପଡ଼ିବ।

ଏହି ଚାକିରି ପାଇଁ ଦୁଇଟି ବିଜ୍ଞାପନ ଦିଆଯାଇଛି। ଗୋଟିଏରେ କୁହାଯାଇଛି ଯେ, ବନ୍ଧାକୋବି ତୋଳିବାକୁ ଫିଲ୍ଡ ଅପରେଟିଭ ଆବଶ୍ୟକ। ଯେତେ କୋବି ଓ ବ୍ରୋକୋଲି ତୋଳିବେ ସେ ହିସାବରେ ଦରମା ମିଳିବ। ଏଥିପାଇଁ ଘଣ୍ଟାକୁ ୩ ହଜାର ଟଙ୍କା ମିଳିପାରେ। ମଜାଦାର କଥା ହେଲା ଏହି କାମରେ ପିସ ହିସାବରେ ପାଉଣା ମିଳିବ। ଅର୍ଥାତ ଆପଣ ଦିନକୁ ୩ ହଜାରରୁ ଅଧିକ ମଧ୍ୟ ଆୟ କରିପାରିବେ।
ବର୍ତ୍ତମାନ ୟୁକେରେ କର୍ମଚାରୀ ଅଭାବ। ସେଥିପାଇଁ ସରକାର ମୌସୁମୀ କୃଷି ଶ୍ରମିକ ଯୋଜନା ଅନୁସାରେ ଲୋକଙ୍କୁ ୬ ମାସ ପାଇଁ ଏଠାକୁ ଆସିବାକୁ ମଉକା ଦେଇଛନ୍ତି ଯେପରି ସେମାନେ ଚାଷ କାମରେ ସାହାଯ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.