ଆଜି ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ଯାପିଟାଲ୍ସ ଓ କୋଲକତା ନାଇଟ ରାଇଡର୍ସ, ପ୍ଲେ ଅଫରେ ଏଣ୍ଟ୍ରି ପାଇଁ ଦିଲ୍ଲୀ କ୍ଯାପିଟାଲ୍ସ ରହିବ ଲକ୍ଷ୍ଯ

ଆଜି ଆଇପିଏଲ୍ ମ୍ଯାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୧୦ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ହାସଲ କରିସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ମ୍ଯାଚ ଅପରାହ୍ନ ୩.୩୦ ମିନିଟରେ ଆରମ୍ଭ ହେବ।

ନାଇଟ୍‌ ରାଇଡର୍ସ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଇତି ମଧ୍ୟରେ ୮ପଏଣ୍ଟ ହାସଲ କରିସାରିଥିବା ନାଇଟ୍‌ ରାଇଡର୍ସକୁ ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଶେଷ ୪ଟି ମ୍ୟାଚ୍‌ରୁ ଅତି କମ୍‌ରେ ୩ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ । ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଧାରାରେ ବ୍ରେକ୍‌ ଲଗାଇବାର କ୍ଷମତା ନାଇଟ୍‌ ରାଇଡର୍ସ ନିକଟରେ ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଶ୍ରେୟାସ ଆୟର, ରିଷଭ ପନ୍ତ(ଅଧିନାୟକ), ଲଳିତ ଯାଦବ, ସିମରନ ହେତମେୟର, ଅକ୍ଷର ପଟେଲ, ଆର ଅଶ୍ୱିନ, କାଗିସୋ ରାବାଡା, ଆନରିଚ ନର୍ଜ, ଅଭେଶ ଖାନ ।

ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ସାକିବ ଅଲ୍‌-ହାସନ, ନିତିଶ ରାଣା, ଇୟନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ, ସୁନିଲ ନାରାଏନ, ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.