ପର୍ଣ୍ଣ ଫିଲ୍ମ ମାମଲା: ରାଜ କୁନ୍ଦ୍ରାଙ୍କ ସପକ୍ଷରେ ମୁଁହ ଖୋଲିଲେ ଅଭିନେତ୍ରୀ ଗେହେନା ବଶିଷ୍ଠ

ରାଜ କୁନ୍ଦ୍ରାଙ୍କ ସପକ୍ଷରେ ଅଭିନେତ୍ରୀ ଗେହେନା ବଶିଷ୍ଠ। ପର୍ଣ୍ଣ ଭିଡ଼ିଓ କରିବାକୁ ସେରଲିନ୍‌ ଚୋପ୍ରା ଆଣିଥିଲେ ବୋଲଡ୍‌ କଣ୍ଟେଣ୍ଟ, ସେ ହିଁ ମାଷ୍ଟର ମାଇଣ୍ଡ। ପର୍ଣ୍ଣ ଭିଡିଓ କରିବାକୁ ରାଜ କୁନ୍ଦ୍ରାକୁ ଉସକାଇଥିଲେ ସରଲିନ ଚୋପ୍ରା । ଏପରି କହିଛନ୍ତି ଅଭିନେତ୍ରୀ ଗେହେନା ବଶିଷ୍ଠ । ଖବରରେ ରହିବାକୁ ସରଲିନ ଚୋପ୍ରା ରାଜଙ୍କ ବିରୋଧରେ ମିଛ ଅଭିଯୋଗ ଆଣୁଥିବା କହିଛନ୍ତି ଗେହେନା । ସରଲିନଙ୍କ ପାଖରେ କିଛି କାମ ନାହିଁ। ତେଣୁ ସେ ଖବରରେ ଆସିବାକୁ ଏପରି କରିଛନ୍ତି।

ଏହା ସହ ପର୍ଣ୍ଣ ଫିଲ୍ମ ମାମଲାରେ ନଫସିବାକୁ ସେ ଏପରି ଅଭିଯୋଗ ଆଣିଛନ୍ତି। ସରଲିନ୍‌ ଜଣେ କୃତଘ୍ନ ମଣିଷ। ରାଜ ତାଙ୍କୁ ପ୍ରଚୁର ଟଙ୍କା ରୋଜଗାର କରିବାରେ ସହଯୋଗ କରିଥିଲେ। ମାତ୍ର ସେ ରାଜ୍‌ଙ୍କୁ ମଧ୍ୟ ଛାଡିଲେନି। ଆଜି ସେ ଯାହା ହୋଇଛନ୍ତି କେବଳ ରାଜ୍‌ଙ୍କ ପାଇଁ। ତେଣୁ ରାଜଙ୍କୁ ସରଲିନ୍‌ ପୂଜା କରିବା ଆବଶ୍ୟକ। ୨୦୧୨ ମସିହାରୁ ସରଲିନ ଏପରି ପର୍ଣ୍ଣ କଣ୍ଟେଣ୍ଟ କରୁଛନ୍ତି। ରାଜଙ୍କୁ ତ ସେ ଦେଢବର୍ଷ ହେବ ଭେଟିଛନ୍ତି । ରାଜ୍‌ଙ୍କୁ ହିଁ ସେ ଏହି ଇଣ୍ଡଷ୍ଟ୍ରୀକୁ ଆଣିଛନ୍ତି । ଏବେ ସେ ଶିଳ୍ପା ସେଟ୍ଟୀଙ୍କ ପଛରେ ପଡିଛନ୍ତି। ଶିଳ୍ପା ଚାହିଁଲେ ତାଙ୍କ ନାଁରେ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କରିପାରିବେ ବୋଲି କହିଛନ୍ତି ଗହନା। ପୂର୍ବରୁ ପର୍ଣ୍ଣ ଫିଲ୍ମ କରିବାକୁ ରାଜ ସରଲିନ୍‌ଙ୍କୁ ବାଧ୍ୟ କରିଥିବା ଅଭିଯୋଗ ଆଣିଥିଲେ ସରଲିନ୍‌ ଚୋପ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.