Below header

ପାକ୍‌ କ୍ରିକେଟର ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌, ଲାହୋର ହସ୍ପିଟାଲରେ ହେଲା ଆଞ୍ଜିଓପ୍ଲାଷ୍ଟ

ପାକିସ୍ତାନର ପ୍ରମୁଖ ବୋଲର ତଥା ପୂର୍ବ କ୍ୟାପ୍‌ଟେନ୍‌ ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌। ସୋମବାର ଦିନ ସେ ହୃଦ୍‌ଘାତର ଶିକାର ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାର୍ଟ ଆଟାକ୍‌ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିବା ସୂଚନା ମିଳିଛି।

ପାକିସ୍ତାନ ମିଡିଆରୁ ମିଳିଥିବା ଖବର ମୁତାବକ, ଇନ୍‌ଜମାମ୍‌ଙ୍କୁ ମାଇନର ହାର୍ଟଆଟାକ୍‌ ହୋଇଛି। ଏହାପରେ ତାଙ୍କୁ ଲାହୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଆଞ୍ଜିଓପ୍ଲାଷ୍ଟ କରିଛନ୍ତି। ଏବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ପାକିସ୍ତାନବାସୀ ତାଙ୍କ ସୁସ୍ଥତା କାମନା କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ୍‌ ଜଗତ ମଧ୍ୟ ଇନ୍‌ଜମାମ୍‌ଙ୍କ ଆରୋଗ୍ୟ କାମନା କରିଛି। ଜଣାଶୁଣା କ୍ରିକେଟର କମେଣ୍ଟେଟର ହର୍ଷା ଭୋଗଲେ ବିଳମ୍ବିତ ରାତିରେ ଟ୍ଵିଟ୍‌ କରି ଇନ୍‌ଜମାମ୍‌ଙ୍କ ସୁସ୍ଥତା କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.