Below header

ପ୍ରି ୱେଡିଙ୍ଗ ସୁଟ୍‌ ସମୟରେ ଘଟିଲା ଭୟଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯୁବକ ଓ ଯୁବତୀ

ଦିଲ୍ଲୀର ୨୭ ବର୍ଷୀୟ ମାନସ ଖେଡା ଏବଂ ଅଞ୍ଜଳି ବିବାହ ପୂର୍ବରୁ ସୁଟ୍‌ ପାଇଁ ଋଷିକେଶରେ ପହଞ୍ଚିଥିଲେ । ଫଟୋ ସୁଟ୍‌ ସମୟରେ ହଠାତ୍ ଜଳ ସ୍ତର ବଢ଼ିବା ଯୋଗୁ ଏହି ଦମ୍ପତି ନଦୀ ମଝିରେ ଅଟକି ଯାଇଥିଲେ ।

ପ୍ରି ୱେଡିଙ୍ଗ ସୁଟ୍‌ ବିଷୟରେ କହିଲେ ଆପଣଙ୍କ ମନରେ ଭଲ ଭଲ ସ୍ଥାନ ଆସୁଥିବ । କାରଣ ସମସ୍ତେ ନିଜ ପ୍ରି ୱେଡିଙ୍ଗ ସୁଟ୍‌ କୁ ବେଷ୍ଟ କରିବାକୁ ଚାହାଁନ୍ତି । ତେବେ ଏଭଳି ପ୍ରି ୱେଡିଙ୍ଗ ସୁଟ୍‌ କରୁଥିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍‌ । କାରଣ ଏଭଳି ସୁଟ୍‌ ହେଉଥିବା ସମୟରେ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ସମାନ ଭାବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଉତ୍ତରାଖଣ୍ଡର ଋଷିକେଶରେ ପ୍ରି ୱେଡିଙ୍ଗ ଫଟୋ ସୁଟ୍‌ ସମୟରେ ଜଣେ ଯୁବକ ଓ ଯୁବତୀ ଗଙ୍ଗା ନଦୀରେ ଫସି ଯାଇଥିଲେ । ଉଭୟଙ୍କୁ SDRF ଟିମ୍‌ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସୂଚନାନୁସାରେ ଦିଲ୍ଲୀର ୨୭ ବର୍ଷୀୟ ମାନସ ଖେଡା ଏବଂ ଅଞ୍ଜଳି ବିବାହ ପୂର୍ବରୁ ସୁଟ୍‌ ପାଇଁ ଋଷିକେଶରେ ପହଞ୍ଚିଥିଲେ । ଫଟୋ ସୁଟ୍‌ ସମୟରେ ହଠାତ୍ ଜଳ ସ୍ତର ବଢ଼ିବା ଯୋଗୁ ଏହି ଦମ୍ପତି ନଦୀ ମଝିରେ ଅଟକି ଯାଇଥିଲେ । ସୁଟ୍‌ କରୁଥିବା ଲୋକମାନେ ତୁରନ୍ତ ଉଦ୍ଧାର କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସୂଚନା ପାଇବା ପରେ SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ।

ଏହି ଦୁର୍ଘଟଣାରେ ଯୁବକ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ, SDRF ଟିମ୍‌ ଦ୍ୱାରା ପ୍ରାଥମିକ ଚିକିତ୍ସା କରି ଯୁବକଙ୍କୁ ସୁସ୍ଥ କରାଯାଇଥିଲା । ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । SDRFର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଲୋକମାନଙ୍କ କହିବା ଅନୁସାରେ SDRF ଦଳ ଠିକ୍ ସମୟରେ ପହଞ୍ଚି ଉଭୟଙ୍କ ଜୀବନ ରକ୍ଷା କରିଛନ୍ତି ।  ଅନେକ ସମୟରେ ଗଙ୍ଗା ନଦୀରେ ଜଳ ସ୍ତର ବୃଦ୍ଧି ହୋଇଥାଏ, ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।

ଦୁର୍ଘଟଣା ପରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଡାକ୍ତରଖାନା ପଠାଯାଇଥିଲା । ତେବେ ଏଭଳି ଘଟଣା ପରେ ସମସ୍ତେ ପ୍ରକୃତି ସହ ଖେଳିବା ଠିକ ନୁହେଁ ବୋଲି ଜଣା ପଡ଼ିଛି । ଏଭଳି ସ୍ଥାନରେ ସୁଟ୍‌ କରୁଥିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.