ଘରେ ପଶାଇଲେନି ପୁଅ ଓ ସ୍ତ୍ରୀ, ଚାରି ଝିଅଙ୍କ ସହ ମିଶି ବାପା ଆଣିଲେ ଅଭିଯୋଗ

ନିଜ ପିଲାଙ୍କୁ ମଣିଷ କରିବା ପାଇଁ ଗୋଟେ ବାପା କଣ କରେ ସେକଥା କେବଳ ସେ ହିଁ କହିପାରିବ । ଯେଉଁ ପୁଅକୁ ବାପା କଷ୍ଟ କରି ପାଠ ପଢେଇ ମଣିଷ କଲେ, ସେଇ ପୁଅ ଯେ ଦିନେ ମଣିଷ ହେଲା ପରେ ନିଜ ବାପାକୁ ଏଭଳି କଷ୍ଟ ଦେବ, ସେକଥା କୌଣସି ବାପା କେବେ ବି ଚିନ୍ତା କରି ପାରିବେ ନାହିଁ ।

ନୀଳଗିରି(କେନ୍ୟୁଜ): ନିଜ ପିଲାଙ୍କୁ ମଣିଷ କରିବା ପାଇଁ ଗୋଟେ ବାପା କଣ କରେ ସେକଥା କେବଳ ସେ ହିଁ କହିପାରିବ । ଯେଉଁ ପୁଅକୁ ବାପା କଷ୍ଟ କରି ପାଠ ପଢେଇ ମଣିଷ କଲେ, ସେଇ ପୁଅ ଯେ ଦିନେ ମଣିଷ ହେଲା ପରେ ନିଜ ବାପାକୁ ଏଭଳି କଷ୍ଟ ଦେବ, ସେକଥା କୌଣସି ବାପା କେବେ ବି ଚିନ୍ତା କରି ପାରିବେ ନାହିଁ । ଏଭଳି ଏକ ଦୁଃଖଦ ଘଟଣା ନୀଳଗିରି କଦମସାହି ଅଞ୍ଚଳରେ ଘଟିଛି । ଇଞ୍ଜିନିୟର ଶଶଧର ପ୍ରଧାନ, ବୟସ ପ୍ରାୟ ୮୦ ଟପିଲାଣି । ବ୍ରେନ୍ ଷ୍ଟ୍ରୋକ୍, ବ୍ଲଡ଼ ପ୍ରେସର୍ ଏବଂ ଡାଇବେଟିସ ଭଳି ରୋଗ ରେ ପୀଡିତ ।

ହେଲେ ଏହି ବୟସର ଅପରାହ୍ନରେ ଶଶଧର ଆଜି ନୀଳଗିରି ଥାନାର ଦ୍ୱାରସ୍ତ ହୋଇଥିବାର ଦେଖାଯାଇଛି । ଏହି ଅଭିଯୋଗ ସେ ନିଜ ସ୍ତ୍ରୀ ଏବଂ ଉଚ୍ଚ ଶିକ୍ଷିତ ପୁଅ ମାନସ ରଞ୍ଜନ ପ୍ରଧାନଙ୍କ ନାମରେ କରିଛନ୍ତି । ସୂଚନାରୁ ଜଣାପଡିଛି ଯେ ଶଶଧର ପ୍ରଧାନଙ୍କର ୪ ଝିଅ ଅଛନ୍ତି । ସେମାନଙ୍କ ପାଖରେ କିଛି କିଛି ମାସ ରହିବା ପରେ ସେ ଏବେ ନିଜ ବାସଗୃହ କଦମସାହିରେ ରହିବାକୁ ଇଛା ପ୍ରକାଶ କରିଛନ୍ତି । ହେଲେ ତାଙ୍କ ପୁଅ ଏବଂ ସ୍ତ୍ରୀ ଘରେ ରହିବାକୁ ଅନୁମତି ନଦେବାରୁ, ଶଶଧର ପ୍ରଧାନଙ୍କ ଝିଅ ମାନେ ମଧ୍ୟ ବାପାଙ୍କ ସହିତ ଥାନାରେ ପହଞ୍ଚି ବାପାଙ୍କ ଦୁଃଖ ବଖାଣିଛନ୍ତି ।

ତେବେ ଏନେଇ ନୀଳଗିରି ଥାନା ଅଧିକାରୀ ପରସ୍ପର ସହିତ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଉଭୟ ପକ୍ଷଙ୍କ ପକ୍ଷରୁ କୌଣସି ସମାଧାନ ର ପନ୍ଥା ବାହାରି ନ ଥିବା ଜଣାପଡ଼ିଛି । ସେ ଯାହା ହେଉନା କାହିଁକି ଗୋଟେ ବାପା ଏମିତି ପରିଣତ ବୟସରେ ରହିବେ କେଉଁଠି, ନିଜ ଶରୀରର ଯତ୍ନ ନେବେ କିପରି, ତାହା ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, ବାପାଙ୍କ ନାମରେ ଥିବା ସମସ୍ତ ସମ୍ପତି ପୁଅ ନିଜ ସ୍ତ୍ରୀ ଓ ନିଜ ନାମରେ ଚଞ୍ଚକତା କରି ନେଇଥିବା ପିତା ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.