Below header

ଏହି ମନ୍ଦିରଟି ଟିକେ ନିଆରା, ଢ଼ିଙ୍କି ତଳୁ ବାହାରିଛନ୍ତି ହନୁମାନ

ଆପଣ ସାଧାରଣ ତ ହନୁମାନ ମନ୍ଦିର ଦେଖିଥିବେ । ଆଉ ମନ୍ଦିରେ ଭୋଗ ବି କରିଥିବେ । କିନ୍ତୁ ଆମେ ଆପଣ ଙ୍କୁ ଯେଉଁ ହନୁମାନ ମନ୍ଦିର ବିଷୟରେ କହିବା ପାଇଁ ଯାଉଛୁ , ସେହି ହନୁମାନ ମନ୍ଦିର ଏକ ନିଆରା ହନୁମାନ ମନ୍ଦିର । କାରଣ ଏହି ହନୁମାନ ମୂର୍ତ୍ତି କେଉଁଠୁ ତିଆରି ହୋଇନାହାନ୍ତି ।

ସାଲେପୁର (କେନ୍ୟୁଜ):  ଆପଣ ସାଧାରଣ ତ ହନୁମାନ ମନ୍ଦିର ଦେଖିଥିବେ । ଆଉ ମନ୍ଦିରେ ଭୋଗ ବି କରିଥିବେ । କିନ୍ତୁ ଆମେ ଆପଣ ଙ୍କୁ ଯେଉଁ ହନୁମାନ ମନ୍ଦିର ବିଷୟରେ କହିବା ପାଇଁ ଯାଉଛୁ , ସେହି ହନୁମାନ ମନ୍ଦିର ଏକ ନିଆରା ହନୁମାନ ମନ୍ଦିର । କାରଣ ଏହି ହନୁମାନ ମୂର୍ତ୍ତି କେଉଁଠୁ ତିଆରି ହୋଇନାହାନ୍ତି । ଏହି ଠାକୁରଙ୍କ ମୂର୍ତ୍ତି ଢ଼ିଙ୍କି ତଳୁ ବାହାରିଛନ୍ତି ବୋଲି ଇତିହାସରେ କଥା ଅଛି ଏବଂ ଏହି ଠାକୁର ପୂର୍ବ ମୁହାଁ ସହିତ ଉପରକୁ ଅନେଇଥାନ୍ତି । ସେଥିପାଇଁ ଏହି ହନୁମାନ ମନ୍ଦିରକୁ ଏକ ନିଆରା ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିରରେ ଖାସ ଭୋଗ ହେଉଛି, ଚୁଡୁ ମୁଆଁ ଆପଣ ଏମିତି ଭୋଗ ନାଁ କେବେ ଆଗରୁ ଶୁଣିନଥିବେ ।

ଏହି ମନ୍ଦିର ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ରେ ଥିବା ହନୁମାନ ମନ୍ଦିର ଏହି ମନ୍ଦିର ରେ ଖାସ ଭୋଗ ହେଉଛି ଚୁଡୁ ମୁଆଁ। ଏହି ଚୁଡୁ ମୁଆଁ ପ୍ରସ୍ତୁତ ହୁଏ ମନ୍ଦିର ଭିତରେ ଥିବା ରୋଷ ଘରେ । ଏହି ଚୁଡୁ ମୁଆଁ ପ୍ରସ୍ତୁତ ହୋଇଥାଏ। ଅଟା ଛେନା ଗୁଆ ଘିଅ ଏବଂ ନଡ଼ିଆ କାଜୁ ଦ୍ୱାରା ତିଆରି ହୋଇଥାଏ ଚୁଡୁ ମୁଆଁ। ଖାସ କରି ଚୁଡୁ ମୁଆଁ ସବୁଦିନେ ମିଳିଥାଏ ଏହି ମନ୍ଦିରେ। କିନ୍ତୁ ହନୁମାନ ଙ୍କ ବାର ହେଉଛି ମଙ୍ଗଳ ବାର ଓ ଶନିବାର ସେଥିପାଇଁ ଏହି ଦୁଇ ବାର ରେ ବେଶ ଭିଡ଼ ଦେଖିବାକୁ ମିଳିଥାଏ ଭକ୍ତ ମାନଙ୍କ ର । ଯେଉଁ ଭକ୍ତ ଯେକୌଣସି ଅସୁବିଧା ରେ ପଡିଲେ ମାନସିକ କରିଥାଏ ଏହି ଠାକୁର ଙ୍କ ପାଖରେ। ଠାକୁର ସେହି ଭକ୍ତ ର ଡାକ ଶୁଣିଲା ପରେ ଭକ୍ତ ଟିଏ ତାର ମାନସିକ ପୂରଣ ହେଲେ ଆସି ଚୁଡୁ ମୁଆଁ ଭୋଗ ଲଗାଇଥାଏ ଠାକୁର ଙ୍କ ପାଖରେ।

ଏହି ମନ୍ଦିର ରେ ଏହି ଚୁଡୁ ମୁଆଁ ଭୋଗ ପୁରା ଓଡିଶା ପ୍ରସିଦ୍ଧ ବୋଲି କୁହାଯାଏ । କାରଣ ଏମିତି ଭୋଗ ଆପଣ କେଉଁଠି ବି ଦେଖିନଥିବେ । ଏ ହେଉଛି ଏକ ପ୍ରସିଦ୍ଧ ହନୁମାନ ମନ୍ଦିର ଏଠି ଲୋକ ମାନଙ୍କ ବିଶ୍ୱାସ ଅଛି ଯେ ଯେତେବେଳେ ଯିଏ ଯାହା ଭକ୍ତି ରେ ମାଗିଛି ହନୁମାନ ତାଙ୍କ ଡାକ ଶୁଣିଛନ୍ତି ।ଏହି ହନୁମାନ ମନ୍ଦିର ରେ ଖାସ କରି ମଙ୍ଗଳ ବାର ଓ ଶନିବାର ଦିନ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପ୍ରାୟ କଟକ ଜିଲ୍ଲା ରୁ କଣ ଅନୁକୋଣ ରୁ ଭକ୍ତ ମାନେ ଆସିଥାନ୍ତି ଏହି ମନ୍ଦିରକୁ। ଏହି ମନ୍ଦିର ରେ ଆଖ ପାଖ ଅଞ୍ଚଳ ର ଲୋକ ମାନେ ବିଶ୍ୱାସ ରଖିଥାନ୍ତି ଏହି ଉମର ହନୁମାନ ଠାକୁର ଙ୍କ ଉପରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.