ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ଭାରତୀୟ ଦୂତାବାସର ଆଲର୍ଟ, ଜାରି କଲା ଜରୁରୀକାଳୀନ ନମ୍ବର

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ଦେଶରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି। ଏହା ବ୍ୟତୀତ ଏକ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ (ନିୟନ୍ତ୍ରଣ କକ୍ଷ) ମଧ୍ୟ ସ୍ଥାପନ କରିଛି।

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ଦେଶରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି। ଏହା ବ୍ୟତୀତ ଏକ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ (ନିୟନ୍ତ୍ରଣ କକ୍ଷ) ମଧ୍ୟ ସ୍ଥାପନ କରିଛି।

ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏ ନେଇ ଏକ ପୋଷ୍ଟ କରିଛି। ଏଥିରେ ଦୂତାବାସ କହିଛି, ‘୨୦୨୪ ଜାନୁୟାରୀ ୧ରେ ଆସିଥିବା ଭୂମିକମ୍ପ ଏବଂ ସୁନାମୀ ସମ୍ବନ୍ଧରେ କୌଣସି ବି ଯୋଗାଯୋଗ ପାଇଁ ଦୂତାବାସ ଏକ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିଛି। କୌଣସି ବି ସହାୟତା ନିମନ୍ତେ ଏହି ଜରୁରୀକାଳୀନ ନମ୍ବର ଏବଂ ଇମେଲ IDରେ ଯୋଗାଯୋଗ କରାଯାଇପାରିବ’।

ଜାପାନରେ ଭୂମିକମ୍ପର ଆହୁରି ଝଟ୍‌କା ଆସିବାର ଚେତାବନୀ ଦିଆଯାଇଛି। ହୋକୁରିକୁ ଇଲେକ୍ଟିକ୍‌ ପାଓ୍ଵାର କହିଛି ଯେ ଭୂମିକମ୍ପ ଯୋଗୁ ଇସିକାଭା ଏବଂ ଟୋୟାମା ଅଞ୍ଚଳରେ ୩୬ ହଜାରରୁ ଅଧିକ ଘରେ ବିଦ୍ୟୁତ୍‌ ଠପ୍‌ ହୋଇଯାଇଛି। ହାଇସ୍ପିଡ୍‌ ରେଳ ସେବାକୁ ବନ୍ଦ କରି ଦିଆଯାଇଛି। ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ସେହିପରି ଜାପାନ ଏୟାରଲାଇନ୍ସ ନିଜର ଅଧିକାଂଶ ଉଡ଼ାଣକୁ ରଦ୍ଦ କରିଥିବା ବେଳେ ସଡ଼କ ପଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି।

ଜାପାନର ଇସିକାଭା ଅଞ୍ଚଳରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.