ନୂଆ ବର୍ଷରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଥିଲେ ‘ଥାଲାଇଭା’

ରଜନୀକାନ୍ତଙ୍କ ଟିକିଏ ଝଲକ୍‌ ଦେଖିବା ପାଇଁ ପ୍ରଶଂସକମାନେ ସର୍ବଦା ଚାହିଁଥାନ୍ତି । ଏହି ମଉକାରେ ରଜନୀକାନ୍ତ ନୂଆ ବର୍ଷରେ ତାଙ୍କ ଫ୍ୟାନ୍ସଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ସୁପରଷ୍ଟାର ତାଙ୍କ ଘରୁ ବାହାରି ତାଙ୍କ ପ୍ରଶଂସକଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ପାଇଁ ଲକ୍ଷ ଲକ୍ଷ ଲୋକ ତାଙ୍କ ଫ୍ୟାନ୍ସ । ତେବେ ରଜନୀକାନ୍ତଙ୍କ ଟିକିଏ ଝଲକ୍‌ ଦେଖିବା ପାଇଁ ପ୍ରଶଂସକମାନେ ସର୍ବଦା ଚାହିଁଥାନ୍ତି । ଏହି ମଉକାରେ ରଜନୀକାନ୍ତ ନୂଆ ବର୍ଷରେ ତାଙ୍କ ଫ୍ୟାନ୍ସଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ସୁପରଷ୍ଟାର ତାଙ୍କ ଘରୁ ବାହାରି ତାଙ୍କ ପ୍ରଶଂସକଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ରଜନୀକାନ୍ତ ତାଙ୍କ ଚେନ୍ନାଇ ଘର ବାହାରେ ନଜର ଆସିଛନ୍ତି । ଏହି ସମୟ ମଧ୍ୟରେ ହଜାର ହଜାର ଫ୍ୟାନ୍ସ ତାଙ୍କ ଘର ବାହାରେ ଏକାଠି ହୋଇଛନ୍ତି । ଭିଡିଓରେ ରଜନୀକାନ୍ତ ତାଙ୍କ ଗେଟ୍‌ ନିକଟରେ ଠିଆ ହୋଇ ପ୍ରଶଂସକଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିବାର ନଜର ଆସିଥିଲେ । ତାଙ୍କୁ ଦେଖିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଥିଲେ । ରଜନୀକାନ୍ତ ତାଙ୍କ ହାତ ହଲାଇ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ କିଛି ଦିନ ପୂର୍ବରୁ ରଜନୀକାନ୍ତଙ୍କୁ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜେଲର’ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା ଏବଂ ବହୁତ ଭଲ ଇନ୍‌କମ୍‌ ମଧ୍ୟ କରିଥିଲା । ଏହି ଫିଲ୍ମରେ ରଜନୀକାନ୍ତ ଜଣେ ରିଟାର୍ଡ ଜେଲର ଭୂମିକାରେ ଅଭିନୟ କରିଥିଲେ । ଏଥି ସହିତ ଫିଲ୍ମ ‘ଜେଲର’ ପରେ ରଜନୀକାନ୍ତଙ୍କ ଆଉ ଏକ ଫିଲ୍ମ ଆସବାକୁ ଯାଉଛି । ସୁପରଷ୍ଟାର ଖୁବ୍ ଶୀଘ୍ର ଫିଲ୍ମ ନିର୍ମାତା ଲୋକେଶ କାଙ୍ଗରାଜଙ୍କ ଫିଲ୍ମ ‘ଥାଲାଇଭର୍ ୧୭୧’ରେ ନଜର ଆସିବେ । ଏହି କଥା ପ୍ରଡକ୍ସନ୍ ହାଉସ୍ ସନ୍ ପିକ୍ଚର୍ସ ଦ୍ୱାରା ଏହା ଘୋଷଣା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.