Below header

ନିଆରା ଏକ ପରମ୍ପରା, ଏଠି ମଣିଷ ସହ ହୁଏ ଠାକୁରଙ୍କ ବାହାଘର

ଆଳି(କେନ୍ୟୁଜ): ନିଆରା ଏକ ବିବାହ। ଏ ବାହାଘରଟି ହେଉଛି ଜଣେ ମଣିଷ ସହ ଦେବୀଙ୍କର ବିବାହ। କଥାଟି ଶୁଣିଲେ ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ । କେନ୍ଦ୍ରପଡା ଜିଲ୍ଲା ରାଜକନିକା ନିକଟସ୍ଥ ବଜରପୁର ଗାଁରେ କାହିଁ କେଉଁ କାଳରୁ ଚଳିଆସୁଛି ଏପରି ଏକ ପରମ୍ପରା ।

ବର ଆସୁଥାଏ । ଡିଜେ ମ୍ଯୁଜିକ୍ ର ତାଳେ ତାଳେ ବରଯାତ୍ରୀଙ୍କ ପାଦ ଉଠୁଥାଏ ପଡୁଥାଏ। ବାଣ ରୋଷଣୀରେ କମ୍ପୁଥାଏ ଗାଁ ଦାଣ୍ଡ। ରାସ୍ତା ୨କଡରେ ଭିଡ ଜମାଇଥାଏ ଦେଖଣାହାରୀ। ତେବେ ଏ କୌଣସି ସାଧାରଣ ବାହାଘରର ଦୃଶ୍ୟ ନଥିଲା ଏଥିଲା କେନ୍ଦ୍ରପଡା ଜିଲ୍ଲା ବଜରପୁର ଗାଁର ଆରାଧ୍ୟ ଦେବୀ ମା ବାସୁଳିଙ୍କ ବାହାଘର। ଯାହା ଅନୁଷ୍ଠିତ ହେଇଯାଇଛି ସେହି ଗାଁର କୁମ୍ଭାର ରାଜା ବଳିଙ୍କ ସହିତ। ଦେବୀ ମାନବ ବିବାହର ଏ ଏକ ନିଆରା ପରମ୍ପରା। କାହିଁ କେଉଁ କାଳରୁ ଏପରି ଏକ ପରମ୍ପରା ଚଳିଆସୁଛି। ତେବେ ଚଳିତ ବର୍ଷ ମଧ୍ଯ ଏହି ନିଆରା ବାହାଘରକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା।

ଅନ୍ଯପଟେ କିମ୍ବଦନ୍ତୀ କାହାଣୀ ଆନୁଯାୟୀ ପ୍ରତି ବର୍ଷ ଅଗ୍ନୀ ଉତ୍ସବ ପୂର୍ଣିମା ରେ ବଜରପୁର ଗାଁରେ ଆୟେଜିତ ହୋଇଥାଏ ମା ବାସୁଳିଙ୍କ ବାହାଘର।କୁମ୍ଭାର ରାଜା ବଳିଙ୍କର ବଂଶଧର ମାନେ ବଳି ଓ ବାସୁଳିଙ୍କ ପ୍ରତିମୂର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଁଚିଥାନ୍ତି। କନ୍ୟା ପକ୍ଷରୁ ସ୍ଵାଗତ କରାଯିବା ପରେ ପୂଜକ ମା ବାସୁଳାଇଙ୍କ ପିତା ହୋଇ ଏହି ବିବାହ ରେ କନ୍ୟାଦାନ କରିଥାନ୍ତି। ଏହି ଉତ୍ସବ ପୂର୍ଣ୍ଣିମା ଠାରୁ ୭ ଦିନ ଯାଏ ୨୨ଟି ମୌଜର ଲୋକେ ପାଳନ କରିଥାନ୍ତି।

ହୁଏତ ଆପଣ ପୂର୍ବରୁ ଶୁଣିନଥିବେ କି ଦେଖିନଥିବେ ଏପରି ଏକ ବାହାଘର । ଯାହା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲା ରାଜକନିକା ନିକଟସ୍ଥ ବଜରପୁର ଗାଁରେ । କାହିଁ କେଉଁ କାଳରୁ ଏପରି ଏକ ପରମ୍ପରା ଚଳି ଆସୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.