ଉଡ଼ାଜାହାଜଙ୍କ ଶ୍ମଶାନ, ଯେଉଁଠାରେ ରଖାଯାଇଛି ହଜାର ହଜାର ଅନୁପଯୋଗୀ ବିମାନ

ଖୁବ୍‌ କମ୍‌ ଲୋକ ଜାହାଜର କବରସ୍ଥାନ ବା ଜାହାଜଙ୍କ ଶ୍ମଶାନ ବିଷୟରେ ଶୁଣିଥିବେ। ପ୍ରକୃତରେ ଏହା ଏକ ଏମିତି ଜାଗା ଯେଉଁଠାରେ କାର୍ଯ୍ୟକାଳ ସରିବା ପରେ ଅଦରକାରୀ ହୋଇଯାଉଥିବା ଉଡ଼ାଜାହାଜଙ୍କୁ ରଖାଯାଏ। ଅନ୍ୟ ଜିନିଷ ଭଳି ଜାହାଜଙ୍କୁ ଏୟାରପୋର୍ଟର କୌଣସି କଡ଼ରେ ରଖାଯାଏ ନାହିଁ। ବରଂ ଏଥିପାଇଁ ଏକ ସ୍ୱତନ୍ତ୍ର ତଥା ନିର୍ଦ୍ଦିଷ୍ଟ ସ୍ଥାନ ରହିଛି।

Image result for Boneyard

ଆମେରିକାର ଏରିଜୋନା ସ୍ଥିତ ଡେଭିସ୍‌ ମନଥାନ୍‌ ଏୟାରଫୋର୍ସ ବେସ୍‌ ‘ବୋନୟାର୍ଡ’ (Boneyard) ଦୁନିଆର ସବୁଠାରୁ ବଡ଼ ଉଡ଼ାଜାହାଜ କବରସ୍ଥାନ। ଏଠାରେ କାହିଁ କେତେ ବର୍ଷ ତଳୁ ଖରାପ ହୋଇଯାଇଥିବା ବା ବ୍ୟବହାର ଅନୁପଯୋଗୀ ବିମାନ ରଖାଯାଉଛି। ଏଠାରେ ଏରୋପ୍ଲେନ୍‌କୁ ଭଙ୍ଗାଯାଏ। ଏରୋପ୍ଲେନ୍‌ରେ ଯଦି କିଛି ତ୍ରୁଟି ଥାଏ ତେବେ ଏଠାରେ ଏହାକୁ ସଜଡ଼ା ଯାଇ ପୁନଃବ୍ୟବହାରକ୍ଷମ କରାଯାଏ। ବେଳେବେଳେ କୌଣସି ଉଡ଼ାଜାହାଜର ବ୍ୟବହାର ଉପଯୋଗୀ ଥିବା ପାର୍ଟସ୍‌କୁ ମଧ୍ୟ ଖୋଲାଯାଇ ଅନ୍ୟ ଉଡ଼ାଜାହାଜରେ ଲଗାଯାଏ।

Image result for Boneyard

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିର୍ମିତ ହୋଇଥିବା ଏହି କବରସ୍ଥାନରେ ୪୫୦୦ଟି ଖରାପ ହୋଇଯାଇଥିବା ଉଡ଼ାଜାହାଜ ରହିଛି। ଏଥିରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ବ୍ୟବହାର କରାଯାଇଥିବା ଜାହାଜ ବି ରହିଛି। ଅଧିକାଂଶ ବୋନୟାର୍ଡ ମଧ୍ୟକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ଥିବା ବେଳେ ଏଠାକୁ କିନ୍ତୁ ସମସ୍ତ ନାଗରିକ ଯାଇପାରିବେ। ଜାହାଜ ଦେଖିବାକୁ ପସନ୍ଦ କରୁଥିବା ବ୍ୟକ୍ତି ବସ୍‌ରେ ଏହି ପଡ଼ିଆ ବୁଲିପାରିବେ।

You might also like