ଦେଖନ୍ତୁ ଭିଡିଓ: ମାଳଦ୍ୱୀପରେ ଗୁପ୍‌ଚୁପ୍‌ ବିକୁଛନ୍ତି ଧୋନୀ, ଗ୍ରାହକ ହୋଇ ଦୋକାନରେ ପହଞ୍ଚିଲେ ପୂର୍ବତନ କ୍ରିକେଟର ଆର୍‌ପି ସିଂ

ପଡ଼ିଆରେ ଥାଆନ୍ତୁ କି ନ ଥାଆନ୍ତୁ, ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ପୁଣିଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏଥର କଥାଟି ଟିକେ ଅଲଗା। ମାଳଦ୍ୱୀପରେ ଗୁପ୍‌ଚୁପ୍‌ ବିକି ସେ ଫ୍ୟାନ୍‌ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

tt2

ଭିଡିଓରେ ଦେଖାଯାଉଛି, ଧୋନୀ ଏକ ଚାମଚରେ ଆଳୁ ନେଇ ଗୁପ୍‌ଚୁପ୍‌ ପୁରିରେ ଭର୍ତ୍ତି କରୁଛନ୍ତି। ଆଉ ଏହାକୁ କ୍ରିକେଟର ଆର୍‌ପି ସିଂଙ୍କୁ ପରସୁଛନ୍ତି। ଏହି ଭିଡିଓକୁ ଏମ୍‌ଏସ୍‌ ଧୋନୀ ଫ୍ୟାନ୍ସ ଅଫିସିଆଲ ଟୁଇଟର ପେଜ୍‌ରେ ପୋଷ୍ଟ କରାଯାଇଛି।

କହି ରଖୁଛୁ, ଧୋନୀ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ତାଙ୍କ ସହିତ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଆର୍‌ପି ସିଂ ଏବଂ ସ୍ତ୍ରୀ ସାକ୍ଷୀ ମଧ୍ୟ ମାଳଦ୍ୱୀପରେ ଅଛନ୍ତି। ତେବେ ଏଠାରେ ଧୋନୀ କେତେବେଳେ ଭଲିବଲ୍‌ ଖେଳୁଛନ୍ତି ତ କେତେବେଳେ ଗୁପ୍‌ଚୁପ୍‌ ଖାଉଛନ୍ତି। ଭାଇରାଲ ଭିଡିଓରେ ଆର୍‌ପି ସିଂ ଗ୍ରାହକ ହୋଇ ଆସି ଧୋନୀଙ୍କ ହାତରୁ ଗୁପ୍‌ଚୁପ୍‌ ଖାଉଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.