Below header

ନବରାତ୍ରୀ ଅବସରରେ ଦେବୀ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାନ୍ତୁ, ମଙ୍ଗଳ ହେବ

ଆଜି ଚୈତ୍ର ନବରାତ୍ରୀର ତୃତୀୟ ଦିବସ । ଆଜି ମା ଦୁର୍ଗା ଚନ୍ଦ୍ରଘଣ୍ଟା ବେଶରେ ପୂଜା ପାଆନ୍ତି । ପ୍ରଥମ ଦିନ ଶୈଳପୁତ୍ରୀ ଓ ଗତକାଲି ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ପୂଜା ପାଇଥିଲେ ।
ଏହି ନବରାତ୍ରୀ ଅବସରରେ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାନ୍ତୁ, ଦେଖିବେ ଘର ପରିବାରର ମଙ୍ଗଳ ହେବ । ତେବେ ଅଖଣ୍ଡ ଦୀପ ଜଳାଇବାର କିଛି ବିଧି ରହିଛି । ଯାହାକୁ ମାନିବା ଉଚିତ ।
୧-ଅଖଣ୍ଡ ଦୀପ ପାଇଁ ବଡ଼ ଆକାରର ମାଟି କିମ୍ବା ପିତଳ ଦୀପ ନେଇ ସେଥିରେ ଶୁଦ୍ଧ ଗୁଆ ଘିଅରେ ଦୀପ ଜଳାନ୍ତୁ ।
୨-ଦୀପ ତଳେ କିଛି ଅରୁଆ ଚାଉଳ ରଖି ଏହାକୁ ଦେବୀ ମା’ଙ୍କ ଡାହାଣ ପଟେ ରଖିବେ ।

AKHAND JYOTI୩-ଦୀପ ଲଗାଇବା ପରେ ପ୍ରଥମେ ଗଣେଶ ମହାପ୍ରଭୁ, ମହାଦେବ ଏବଂ ତା ପରେ ମା’ଙ୍କୁ ସମର୍ପଣ କରିବେ । ଏହାକୁ କେବେବି ତଳେ ରଖିବେ ନାହିଁ । କୌଣସି କାଠ ଆସନ କିମ୍ବା ଚୌକି ଆଦି ଉପରେ ରଖିବେ ।
୪-ଯଦି କୌଣସି ମନସ୍କାମନା କରି ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ମା’ଙ୍କୁ ଅର୍ପଣ କଲା ବେଳେ ହାତରେ ଦୀପକୁ ଧରି ନିଜ ମନକଥା କହିବା ପରେ ଏହାକୁ ଉଚିତ ସ୍ଥାନରେ ରଖିବେ ।
୫-ଏହି ସମୟରେ ମନ୍ତ୍ର ପାଠ କରନ୍ତୁ । ‘‘ଓଁ ଜୟନ୍ତୀ ମଙ୍ଗଳା କାଳୀ, ଭଦ୍ରକାଳୀ କପାଳିନୀ, ଦୁର୍ଗା କ୍ଷମା ଶିବାଧାତ୍ରୀ ସ୍ୱାହା ସ୍ୱଧା ନମୋସ୍ତୁତେ । ।
୬- ଦୀପକୁ ରଖିଲା ପରେ ତାକୁ ଫୁଲ ଦେଇ ପୂଜା କରିବେ ।
୭-ବ୍ରତ ସରିଲା ଯାଏ ଅଖଣ୍ଡଦୀପ ଜଳି ରହିବା ଉଚିତ । ତେଣୁ ଏଥିରେ ନିୟମିତ ଭାବେ ଘିଅ ଦେବା ସହ ଦୀପ ନଲିଭିବା ପାଇଁ ବ୍ୟବସ୍ଥା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.