Below header

ସେନାର ଇଂଜିନିୟରିଂ କୋର ତିଆରି କଲା ଖାସ ରୋବଟ, ୧୦୦ ଫୁଟ ଉଚ୍ଚରୁ ହେବ ଅପରେଟ, ଜାଣନ୍ତୁ କଣ ରହିଛି ଏହାର ଖାସିୟତ

ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କରୋନା ସଂକ୍ରମଣରୁ ଦୁରେଇ ରଖିବା ପାଇଁ ସେନାର ଇଂଜିନିୟରିଂ କୋର ଏକ ଖାସ ରୋବଟ ପ୍ରସ୍ତୁତ କରିଛନ୍ତି। ଏହି ରୋବଟକୁ ସେନାର ଇଲେକ୍ଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଂଜିନିୟରିଂ କୋର ତିଆରି କରିଛନ୍ତି।

ସୈନ୍ୟ ହସ୍ପିଟାଲ ସହ ଅନ୍ୟ କୋଭିଡ-୧୯ ହସ୍ପିଟାଲରେ ମଧ୍ୟ ଏହି ଉପକରଣ ସଂକ୍ରମଣ ରୋକିବାରେ ଏକ ଭଲ ବିକଳ୍ପ। ଏହାକୁ ଅନେକ ପ୍ରକାର କାମରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ଉପକରଣ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ। ଇଂଜିନିୟରମାନେ କରୋନା ଭାଇରସ ଭଳି ସଂକ୍ରମଣକୁ ରୋକିବା ଉଦେଶ୍ୟରେ ଏହି ରୋବଟ ତିଆରି କରିଛନ୍ତି। ହସ୍ପିଟାଲରେ କ୍ବାରେଣ୍ଟାଇନ ଏବଂ ଆଇସୋଲେସନ ୱାର୍ଡରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଖାଦ୍ୟ, ଔଷଧ, ସାନିଟାଇଜର ପହଞ୍ଚାଇବା ସହ ସେହି ରୁମରେ ଥିବା ଆଳିଆକୁ ଏକାଠି କରିବାରେ ମଧ୍ୟ ଏହି ଉପକରଣ କାମରେ ଆସିଥାଏ।

core

ଲାଇଭ ଭିଡ଼ିଓର ସୁବିଧା ସହ କାମ କରିବ ରୋବଟ

-ଡେଲିଭରି ରୋବଟ ସମ୍ପୂର୍ଣ୍ଣ ରୂପେ ୱାୟରଲେସ ଏବଂ ଅପରେଟର ଏହାକୁ ନିଜ ମୋବାଇଲ ମାଧ୍ୟମରେ ହିଁ ଅପରେଟ କରିବେ।

-୧୦୦ଫୁଟ ଦୂର ପର୍ଯ୍ୟନ୍ତ ଏହି ରୋବଟକୁ ଅପରେଟ କରାଯାଇପାରିବ।

-ଏଥିରେ ମାଇକ୍ରୋଫୋନ ସ୍ପିକର, ୱାୟରଲେସ ୱାଇଫାଇ ଇନେବଲଡ଼, ଡିସ୍ପୋଜଲ ଟ୍ରେ, ଓପିଆର କଂସୋଲ ଏବଂ ଡଷ୍ଟବିନ ଇତ୍ୟାଦି ସୁବିଧା ରହିବ।

-ମାଇକ୍ରୋଫୋନ ଏବଂ ସ୍ପିକର ଜରିଆରେ ସଂକ୍ରମିତ ବ୍ୟକ୍ତିଙ୍କୁ ବିଭିନ୍ନ ନିର୍ଦେଶ ଦିଆଯାଇପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.