Below header

ଫେସବୁକ୍ ଚଲାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ଆକାଉଂଟ୍ ହୋଇଯିବ ବ୍ଲକ୍

ସୋସିଆଲ୍ ମିଡିଆର ଶେହେନ୍ସା ଫେସବୁକ୍ । ଯାହାକୁ ସୂଚନା ଏବଂ ମନୋରଞ୍ଜନ ଆଦି ଆଦାନ ପ୍ରଦାନ ପାଇଁ ତିଆରି କରାଯାଇଛି । ଅନ୍ୟ ସୋସିଆଲ୍ ମିଡିଆଠୁ ଅଧିକ ବ୍ୟବହାର ଫେସବୁକର ହୋଇଥାଏ । ଏଥିରେ ଏତେ ଶୀଘ୍ର ଖବର ବ୍ୟାପିଥାଏ ଯେ ଅନେକ ସମୟରେ ଗଣମାଧ୍ୟମ ମଧ୍ୟ ପଛରେ ରହିଯାଏ । ହେଲେ ଅନେକ ଲୋକ ଅଛନ୍ତି ଏହାର ଅସଦ୍ ବ୍ୟବହାର କରିଥାନ୍ତି । ଯାହାକୁ ଆଖି ଆଗରେ ରଖି ଆଗଠାରୁ ଅଧିକ ସତର୍କ ହୋଇଯାଇଛି ଫେସବୁକ୍ । ଏବଂ ସୁରକ୍ଷା ପାଇଁ ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି । ଧୀରେ ଧୀରେ କିଛି ଲୋକଙ୍କ ଆକାଉଂଟ୍ ମଧ୍ୟ ବନ୍ଦ କରୁଛି ଫେସବୁକ୍ । ତେଣୁ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆକାଉଂଟ୍ ବନ୍ଦ ନହେଉ ତେବେ ଆଜି ଆମେ ଜଣାଇବୁ ଫେସବୁକରେ କେଉଁ ପୋଷ୍ଟ କରିବେ କଣ ନକରିବେ । ଯାହା ଦ୍ବାରା ଆପଣଙ୍କ ଆକାଉଂଟ୍ ବ୍ଲକ୍ ନହେବ ।

– ଫେସବକୁରେ ଯଦି କାହାକୁ ଧମକ ଦେଉଛନ୍ତି ତେବେ ଆପଣଙ୍କ ଆକାଉଂଟ୍ ବନ୍ଦ ହୋଇପାରେ । କୌଣସି ବି ବ୍ୟକ୍ତି, ଗ୍ରୁପ୍ କିମ୍ବା ସହର ବିରୋଧରେ ହିଂସା ବା ମାରପିଟର କଥା କୁହନ୍ତୁ ନାହିଁ । ଟଙ୍କା ମାଗିବା ପାଇଁ ହତିୟାର୍ ଦେଖାଇ ଡରାଇବା କିମ୍ବା ଧମକ ଥିବା ପୋଷ୍ଟ କରନ୍ତୁ ନାହିଁ । ଏହା ସହ କୌଣସି ବ୍ୟକ୍ତିକୁ ହଇରାଣ କରନ୍ତି ତେବେ ଆପଣଙ୍କ ଫେସବୁକ୍ ଆକାଉଂଟ୍ ବ୍ଲକ୍ ହୋଇପାରେ ।

– ସେହିପରି ଫେସବୁକ୍ ପେଜରେ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହନ, ସମାଜ ବିରୋଧରେ ଘୃଣା , ଅପରାଧିକ ଗତିବିଧି କିମ୍ବା ତାହା ସହ ଜଡିତ ଲୋକଙ୍କୁ ସମର୍ଥନ ଦେଖାଇଲେ ମଧ୍ୟ ବ୍ଲକ୍ ହୋଇପାରେ ଆପଣଙ୍କ ଆକାଉଂଟ୍ । ଯଦି କୌଣସି ପେଜ୍ ବିରୋଧରେ ସମାଜରେ ଆତଙ୍କ ଏବଂ ଘୃଣା ବ୍ୟାପିବା ଭଳି ପୋଷ୍ଟ, ରାଜନୈତିକ ଏବଂ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା ଭଳି ପୋଷ୍ଟ କରୁଥିବା ଅଭିଯୋଗ ହୁଏ ତେବେ ସେ ଆକାଉଂଟ୍ ଡିଲିଟ୍ ହୋଇପାରେ ।

– ଫେସବୁକ୍ କେବେ ହିଂସାକୁ ସମର୍ଥନ କରେ ନାହିଁ । ଏମିତିରେ ହିଂସା, ଅପରାଧ, ମାରପିଟ୍, ଚୋରି ପାଇଁ ଉକସାଇବା, ଦୁଷ୍କର୍ମ, ଅସଦାଚରଣ, ବଳି ଦେବା, ଶରୀରକୁ କ୍ଷତି ପହଂଚାଇବା ଭଳି କଥା, ପଶୁ ମାନଙ୍କ ଲଢେଇ ଦେଖାଉଥିବା କିମ୍ବା ଏସବୁକୁ ସମର୍ଥନ କରୁଥିବା ଗ୍ରୁପ୍ ଏବଂ ଆକାଉଂଟକୁ ଫେସବୁକ୍ ହଟାଇଦିଏ । ସେହିପରି ଆତ୍ମହତ୍ୟା, ଦୁଷ୍କର୍ମ ଏବଂ ଚାଇଲ୍ଡ ଆବ୍ୟୁଜ୍ ଭିଡିଓ ପୋଷ୍ଟ କରିବା ମଧ୍ୟ ଫେସବୁକ୍ ତରଫରୁ ବ୍ୟାନ୍ ।

– ବ୍ୟାନ୍ ହୋଇଥିବା ଔଷଧ କିଣିବା, ଗଞ୍ଜେଇ, ହେରୋଇନ୍ ବ୍ୟବସାୟ କିମ୍ବା ସେସବୁ ସମର୍ଥନ କରିବା ଫେସବୁକରେ ବ୍ୟାନ୍ । ଏହା ସହ ଗୋଳା ବାରୁଦ, ପିସ୍ତଲ ବା ବନ୍ଧୁକ କିଣିବା କିମ୍ବା ଉପହାର ସ୍ବରୂପ ଦେବା ଫେସବୁକ୍ ପାଇଁ ବ୍ୟାନ୍ । ଫେସବୁକର କହିବା ଅନୁଯାୟୀ, ଏହି ପ୍ଲାଟଫର୍ମରେ ଏମିତି କୌଣସି ଭିଡିଓ, ପୋଷ୍ଟ କିମ୍ବା ମେସେଜ୍ ସେୟାର୍ କରନ୍ତୁ ନାହିଁ ଯାହା ଦ୍ବାରା ଅନ୍ୟର ଭାବନା ଆହତ ହେବ ବା ମାନସିକ ସ୍ତରରେ କ୍ଷତି ପହଂଚୁଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.