ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ସ୍ଥିତି ଅନୁଧ୍ୟାନ ପାଇଁ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ

ଗଜପତି(କେନ୍ଯୁଜ୍) : ତିତ୍‌ଲି ବତ୍ୟା ଓ ପରବର୍ତ୍ତୀ ବନ୍ୟା ନେଇ କେତେ ହୋଇଛି କ୍ଷୟକ୍ଷତି । ସ୍ଥିତି ଅନୁଧ୍ୟାନ ପାଇଁ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଗଜପତି ଗସ୍ତ କରିଛନ୍ତି । ଜିଲ୍ଲାର କ୍ଷୟକ୍ଷତି ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ଜିଲ୍ଲାପାଳ ମଧ୍ୟ କ୍ଷୟକ୍ଷତି ନେଇ ମୁଖ୍ୟ ଶାସନ ସଚିବଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ । ସେହିପରି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଆଜି ସଂଧ୍ୟା ମୁଖ୍ୟ ଶାସନ ସଚିବଙ୍କ କ୍ଷୟକ୍ଷତି ନେଇ ରିପୋର୍ଟ ଦେବେ । କ୍ଷୟକ୍ଷତି ଆକଳନ ପରେ କ୍ଷୟତିପୂରଣ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.