Below header

ଏହି ରାଜ୍ୟରେ ରୁହନ୍ତି ରାକ୍ଷସୀ ହିଡିମ୍ବାର ବଂଶଜ, ଏହାସହ ରହିଛି ମହାଭାରତ ଯୁଗର ପଶାପାଲି ଗୋଟି

ମହାଭାରତ ସହିତ ଜଡିତ କାହାଣୀ ଆପଣମାନେ ନିଶ୍ଚିତ ଜାଣିଥିବେ। କିଭଳି ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଭୀମଙ୍କ ବିବାହ ରାକ୍ଷସୀ ହିଡିମ୍ବାଙ୍କ ସହିତ ହୋଇଥିଲା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ନାଗାଲାଣ୍ଡରେ ଆଜି ମଧ୍ୟ ଭୀମଙ୍କ ପତ୍ନୀ ରାକ୍ଷସୀ ହିଡିମ୍ବାଙ୍କ ବଂଶଜ ବସବାସ କରୁଛନ୍ତି। ଏଠାରେ ଏପରି କିଛି ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ, ଯାହା ଅବିଶ୍ୱନୀୟ।

nagalanad

୧୯୬୧ରେ ଏହି ରାଜ୍ୟର ନାମ ନାଗାଲାଣ୍ଡ ରଖାଯାଇଥିଲା। ଏହା ପୂର୍ବରୁ ଏହି ସ୍ଥାନର ନାମ ନାଗା ହିଲ୍ସ ତୁଏନସାଙ୍ଗ ଅଞ୍ଚଳ ନାମରେ ଜଣାଶୁଣା ଥିଲା। ଏହା ପ୍ରଥମରୁ କେନ୍ଦ୍ରଶାସିତ ଅଞ୍ଚଳ ଥିଲା। କିନ୍ତୁ ୧୯୬୩ରେ ଏହାକୁ ଦେଶର ୧୬ତମ ରାଜ୍ୟ ଭାବେ ଘୋଷଣା କରାଗଲା। ନାଗାଲାଣ୍ଡ ଭାରତର ଏକମାତ୍ର ଏପରି ରାଜ୍ୟ, ଯେଉଁଠାରେ ଗୋଟେ ରେଲେଓ୍ଵ ଷ୍ଟେସନ, ଗୋଟେ ବିମାନବନ୍ଦର ରହିଛି। ଦିମାପୁରକୁ ନାଗାଲାଣ୍ଡର ପ୍ରବେଶ ଦ୍ୱାରା ବୋଲି କୁହାଯାଏ। ଏହି ରାଜ୍ୟର ଉତ୍ତରରେ ଅରୁଣାଚଳ ପ୍ରଦେଶ, ପଶ୍ଚିମରେ ଆସାମ ଏବଂ ଦକ୍ଷିଣରେ ମଣିପୁର ରାଜ୍ୟ ଅବସ୍ଥିତ। ପୂର୍ବ ପଟେ ମିଅଁମାର ଦେଶ ରହିଛି। ଏଠିକାର ପ୍ରମୁଖ ଭାଷା ଇଂଲିଶ ଅଟେ। ଏହାଛଡା ଏଠାରେ ହିନ୍ଦୀ ଏବଂ ୧୬ ଆଦିବାସୀ ଭାଷା କୁହାଯାଏ।

goti

ଦିମାପୁରରେ ଥିବା ମହାଭାରତ ଯୁଗରୁ ରହିଆସିଥିବା ଭଗ୍ନ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିଆଣେ। ଆଜି ମଧ୍ୟ ଏଠାରେ ହିଡିମ୍ବାର ବାଡା ରହିଛି। ଏହାଛଡା ପଶାପାଲୀରେ ଖେଳାଯାଉଥିବା ବଡ ବଡ ଗୋଟି ମଧ୍ୟ ରହିଛି। ଯାହା ଅଳ୍ପ ଅଳ୍ପ ଭାଙ୍ଗିରୁଜି ଗଲାଣି। ଏହି ଗୋଟିକୁ ଭୀମ ଏବଂ ତାଙ୍କ ପୁତ୍ର ଘଟୋତ୍କଚ ଖେଳୁଥିଲେ। ଏହି ସ୍ଥାନରେ ପାଣ୍ଡବମାନେ ନିଜର ବନବାସ ଅଧିକ ସମୟ ପର୍ଯ୍ୟନ୍ତ ବିତାଇଥିଲେ।

ଏହାସହ ପଢ଼ନ୍ତୁ; ବ୍ରାଜିଲରେ ରହିଛି ଏପରି ଏକ ଗାଁ, ଯେଉଁଠି ଖରାରେ ମିଳେଇ ଯାଉଛି ତ୍ୱଚା

ଦିମାପୁର ମଧ୍ୟ ଡିଡିମ୍ବାପୁର ନାମରେ ଜଣାଶୁଣା। ମହାଭାରତ ଯୁଗରେ ଏଠାରେ ହିଡିମ୍ବ ରାକ୍ଷସ ଏବଂ ତାଙ୍କ ଭଉଣୀ ହିଡିମ୍ବା ରହୁଥିଲେ। ଏଠାରେ ହିଁ ହିଡିମ୍ବା ରାକ୍ଷସୀ ଭୀମଙ୍କୁ ବିବାହ କରିଥିଲା। ଏଠାରେ ରହୁଥିବା ଡିମିଶା ଜନଜାତି ନିଜକୁ ଭୀମଙ୍କ ପତ୍ନୀ ହିଡିମ୍ବାଙ୍କ ବଂଶଜ ବୋଲି କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.