ନରସଂହାର ଭୟରେ ରାତାରାତି ଖାଲି ହୋଇଯାଇଥିଲା ଏହି ସହର, ଏଠାକୁ ଯିବାକୁ ନାହିଁ ଅନୁମତି

ଏହି ଦୁନିଆରେ ଅନେକ ଅଜଣା ରହସ୍ୟ ରହିଛି, ଯାହା ବିଷୟରେ ଜାଣିବା ପରେ ବିଶ୍ୱାସ କରିବା ବହୁତ ମୁସ୍କିଲ ହୋଇପଡେ। ଏପରି ଏକ ରହସ୍ୟମୟ ସହର ରହିଛି, ଯାହା ସାମାନ୍ୟ ଏକ ଡର ଯୋଗୁଁ ରାତାରାତି ଖାଲି ହୋଇଯାଇଥିଲା। ଯେଉଁଠିକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି। ଏପରି ଏକ ସ୍ଥାନ ସାଇପ୍ରସ ଦେଶର ଭରୋଶା ସହର। ଏହି ସହରକୁ ଦୁନିଆର ସବୁଠାରୁ ବଡ ଭୂତ ସହର ଭାବେ ଜଣାଶୁଣା। ଏଠାରେ ଉଚ୍ଚ ଉଚ୍ଚ ବିଲିଡିଂ ରହିଥିବା ବେଳେ ଏଠାରେ ରହିବାକୁ କେହି ନାହାନ୍ତି। ଏଠାରେ ଥିବା ହୋଟେଲ, ଆବାସୀୟ ଘର, ରେଷ୍ଟୁରାଣ୍ଟ ସବୁ ଭୂତକୋଠୀ ଭାବେ ପଡି ରହିଛି।

hotel

ଏହି ସହରର ଛୋଟ ଭାଗ ଛାଡିଦେଲେ ଅଧିକାଂଶ ସ୍ଥାନ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏହି ସହର ମଧ୍ୟରେ ପ୍ରବେଶ କରିବା ତ ଦୂରର କଥା ଯଦି କିଏ ଏହାର ଫଟୋ ଉଠାଇବା ଯୋଗୁଁ ମଧ୍ୟ ଗିରଫ କରିଦିଆଯାଏ। ରିପୋର୍ଟ ମୁତାବକ, ୪୫ ବର୍ଷ ପୂର୍ବେ ଏହି ସହରର ଲୋକସଂଖ୍ୟା ୪୦,୦୦୦ ଥିଲା, କିନ୍ତୁ ୧୯୭୪ରେ ଏକ ଡର ଯୋଗୁଁ ପୁରା ସହର ରାତାରାତି ଖାଲି ହୋଇଯାଇଥିଲା।

cyprus

୧୯୭୪ରେ ତୁର୍କୀ ସେନା ସାଇପ୍ରସ ଉପରେ ଗ୍ରୀକ୍‌ ରାଷ୍ଟ୍ରବାଦୀକୁ ଶାସନରୁ ହଟାଇବା ପାଇଁ ଆକ୍ରମଣ କରିଥିଲା, ଯାହା ପରେ ନରସଂହାର ଡରରେ ସଂପୂର୍ଣ୍ଣ ସହର ରାତାରାତି ଖାଲି ହୋଇଯାଇଥିଲା। ଏଠାରେ ରହୁଥିବା ଲୋକ ଅନ୍ୟ ସହରରେ ଯାଇ ଶରଣ ପଶିଥିଲେ। ତୁର୍କୀର ଏହି ଆକ୍ରମଣ ପରେ ସାଇପ୍ରସ ଦୁଇ ଭାଗରେ ଭାଗ ହୋଇଯାଇଥିଲା। ଯାହାର ନାମ ହେଲା ଗ୍ରୀସ ସାଇପ୍ରମ ଏବଂ ତୁର୍କୀ ସାଇପ୍ରସ। ବରୋଶା ସହର ଏବେ ତୁର୍କୀ ସେନା କବ୍ଜାରେ ରହିଛି। ଏଠାକୁ କେବଳ ତୁର୍କୀର ପାଟ୍ରୋଲିଂ ଟିମ୍‌ ହିଁ ଆସିବାର ଅନୁମତି ଥାଏ। ଏହାଛଡା ଆଉ କାହାକୁ ଆସିବା ପାଇଁ ଅନୁମତି ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.