Below header

କରଞ୍ଜିଆରେ ହାତୀ ଉପଦ୍ରବ, ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି

କରଞ୍ଜିଆରେ ହାତୀ ଉପଦ୍ରବ। ୨୨ଟି ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ଲୋକଙ୍କ ଘରଦ୍ୱାର ବି ଭାଙ୍ଗୁଛନ୍ତି ହାତୀ। ସୁକ୍ରୁଳି, ରରୁଆ, କରଞ୍ଜିଆ ଓ ଯଶୀପୁର ବ୍ଲକର ବିଭିନ୍ନ ଗାଁରେ ଉପଦ୍ରବ ଦେଖିବାକୁ ମିଳିଛି। କରଞ୍ଜିଆ ବ୍ଲକର ଦୟାପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଗଦୀଶ ପାତ୍ରଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀ। ତେବେ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ତିନି ଜଣ। ହାତୀ ଧାନ ଚାଉଳ ଖାଇବା ସହ ଅନେକ ଜିନିଷ୍ଟ ନଷ୍ଟ କରିଛନ୍ତି। ଚାରି ମାସ ଭିତରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.