କରୋନା ଭାଇରସରୁ ମୁକ୍ତି ପାଇଁ ଫେସ୍ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଓ ସାମାଜିକ ଦୂରତ୍ୱ ହିଁ ଯଥେଷ୍ଟ ନୁହେଁ। ଏଥିପାଇଁ ଦାନ୍ତ ଘଷିବା ବି ଜରୁରୀ। ବ୍ରିଟିଶର ଜଣେ ଦାନ୍ତ ଡାକ୍ତର ଏହି ପରାମର୍ଶ ଦେଇଛନ୍ତି। ବ୍ରିଟିଶ୍ ଡେଣ୍ଟିଷ୍ଟ କହିଛନ୍ତି କରୋନାରୁ ମୁକ୍ତି ପାଇଁ ଦିନକୁ ଦୁଇ ଥର ଦାନ୍ତ ଘଷିବା ବି ଜରୁରୀ। ବ୍ରିଟେଲ ୟୁନିଭର୍ସିଟିର ଡେଣ୍ଟିଷ୍ଟ ଫ୍ରଫେସର ମାର୍ଟିନ୍ ଏଡି ହାତ ଧୋଇବା ସହ ଦାନ୍ତ ଘଷିବା ବି ଜରୁରୀ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ପ୍ରଫେସର କହିଛନ୍ତି ଟୁଥ୍ପେଷ୍ଟରେ ବି ସେହି ଡିଟରଜେଣ୍ଟ ରହିଛି ଯାହା ସାବୁନ୍ ଓ ହ୍ୟାଣ୍ଡ ଓ୍ଵାଶ୍ରେ ଥାଏ। ଏହା କରୋନା ଭାଇରସ୍କୁ ଆପଣଙ୍କ ପାଟିରେ ବଂଶବିସ୍ତାର କରିବାରୁ ରୋକିଥାଏ। ତାଙ୍କ କହିବାନୁସାରେ ମୁହଁରେ ଟୁଥ୍ପେଷ୍ଟର ଇଫେକ୍ଟ ୩ରୁ ୫ ଘଣ୍ଟା ରହିଥାଏ। ଏହା ଦ୍ୱାରା ମୁହଁରେ ପ୍ରବେଶ କରୁଥିବା ଭାଇରସ୍ରୁ ଲାଳରେ ଇନ୍ଫେକସନ୍ର ମାତ୍ରା କମ୍ ହୋଇଯାଏ।
ଏଣୁ ସେ ପରାମର୍ଶ ଦେଇ କହିଛନ୍ତି ଲୋକମାନେ ବାହାରକୁ ଯିବା ପୂର୍ବରୁ ଦାନ୍ତକୁ ବ୍ରଶ କରିବା ଜରୁରୀ। ଏଥିସହ ବ୍ରଶ କରିବା ସଂଖ୍ୟା ବଢ଼ାଇବା ଜରୁରୀ। ଏଣୁ ସେ କହିଛନ୍ତି ବାହାରୁ ଘରକୁ ଫେରିବା ପରେ ବି ବ୍ରଶ୍ କରିବା ଉଚିତ। ଏହା ଦ୍ୱାରା ପାଟିପଟେ ସଂକ୍ରମଣକୁ ରୋକା ଯାଇପାରିବ।