Below header

ମଇଁଷି ଗାଡ଼ିରେ ବସି ତାକୁ ମାଡ ମାରିବା ୫ ଜଣଙ୍କୁ ପଡିଲା ମହଙ୍ଗା, ପଶୁଟେ ହୋଇ ବି କେମିତି ନେଲା ଜବରଦସ୍ତ ପ୍ରତିଶୋଧ ଦେଖନ୍ତୁ

ଯଦି ଥରେ ମନରେ ପ୍ରତିଶୋଧର ଭାବନା ଆସିଯାଏ ତାହେଲେ ତାକୁ କେହିବି ଅଟକାଇ ପାରିବେନି। କେବଳ ମଣିଷ ଯେ ପ୍ରତିଶୋଧ ନିଏ ତାହାନୁହେଁ ପଶୁ ମାନେ ମଧ୍ୟ ପ୍ରତିଶୋଧ ନିଅନ୍ତି। ଆଉ ତାହାର ଏକ ଜ୍ୱଳନ୍ତ ଘଟଣା ଆଜି ଆମେ ଆପଣଙ୍କୁ ଜଣାଇବୁ।

କିଛି ଲୋକଙ୍କୁ ମଇଁଷିକୁ ବାଡ଼ିରେ ମାଡ ମାରିବା ମହଙ୍ଗା ପଡିଲା। ମାଡ ଖାଇବା ପରେ ମଇଁଷି ଏମିତି ପ୍ରତିଶୋଧ ନେଲା ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୁରୁଣା ଭିଡିଓ ଅଟେ କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହି ଭିଡିଓ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି।


ଏହି ଭାଇରଲ ଭିଡ଼ିଓରେ ଆପଣ ଦେଖିପାରୁଥିବେ ଏକ ମଇଁଷି ଗାଡି ଟାଣି ଟାଣି ନେଉଛି। ଏହି ଗାଡ଼ିରେ ପାଞ୍ଚ ଜଣ ଲୋକ ବସି ଯାତ୍ରା କରୁଥିଲେ। ମଇଁଷି ଗାଡ଼ିରେ ବସିଥିବା ଲୋକେ ତାକୁ ବାରମ୍ବାର ବାଡ଼ିରେ ପିଟୁଥିଲେ ଯାହାଦ୍ୱାରା ସେ ଅଧିକ ଜୋରରେ ଚାଲିବା ପାଇଁ ବାଧ୍ୟ ହେବ। କିନ୍ତୁ ଥିକ ସେତିକିବେଳେ ରାସ୍ତାର ଡିଭାଇଡର ସହିତ ମଇଁଷି ଗାଡିଟି ଧକ୍କା ହେଲା ଏବଂ ପୁରା ଗାଡି ଓଲଟି ପଡିଲା। କେବଳ ଏତିକି ନୁହେଁ ପାଞ୍ଚ ଜଣ ଲୋକ ମଧ୍ୟ ଶୂନ୍ୟରେ ଉଡି କଚାଡି ହୋଇ ତଲେପଡିଲେ। ଆଉ ମଇଁଷି ଦୌଡ଼ି ଆଗକୁ ପଳେଇଲା।

ଏହି ଭିଡିଓକୁ ସେୟାର କରିଥିବା ବ୍ୟକ୍ତି ଜଣଙ୍କ କ୍ୟାପ୍ସନରେ ଲେଖିଛନ୍ତି ମଇଁଷି ବହୁତ ଚାଲାକିରେ ନିଜ ମାଡର ପ୍ରତିଶୋଧ ନେଲା। ଏହି ଭିଡିଓ ପୁରୁଣା କିନ୍ତୁ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଭିଡିଓ ପୋଷ୍ଟ ହେବାର କିଛି ସମୟ ଭିତରେ ଲୋକେ ଏହାକୁ ଅଧିକ ମାତ୍ରାରେ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.