କରୋନା ପ୍ରଭାବ: ୮ ପ୍ରତିଶତ କମିଲା କାରଖାନାରୁ ନିର୍ଗତ ହେଉଥିବା ଗ୍ୟାସ୍‌ର ପରିମାଣ

କରୋନା ଯୋଗୁ ଜାରି ରହିଥିବା ଲକଡାଉନ୍‌ ସାରା ବିଶ୍ୱ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ବେଳେ ପରିବେଶ ପାଇଁ ଏହା ଆଶୀର୍ବାଦ ପାଲଟିଛି। ଚୀନ୍‌ରେ କଳକାରଖାନାରୁ ନିର୍ଗତ ହେଉଥିବା ଗ୍ୟାସ୍‌ର ପରିମାଣ ବୃଦ୍ଧି ପାଉଥିବା ବେଳେ ମହାମାରୀ ଯୋଗୁ ଏହା ହ୍ରାସ ପାଇଛି। ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ମୁତାବକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ପରିମାଣ ୨୦୧୯ ତୁଳନାରେ ୨୦୨୦ରେ ଗ୍ୟାସ୍‌ ପରିମାଣ ୮ ପ୍ରତିଶତ କମିଛି। ୮୦ ବର୍ଷ ପରେ ପ୍ରଥମ ଥର ପାଇଁ ଗ୍ୟାସ୍‌ ପରିମାଣ ଏତେ ତଳକୁ ଖସିଥିବା ଜଣାଯାଇଛି।

Global Carbon Emissions Sink to 14-Year Low on Virus Slowdown

ଗତ ବର୍ଷ ତୁଳନାରେ ଚଳିତ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ପ୍ରତିଦିନ ତୁଳନାରେ ୧୭ ପ୍ରତିଶତ କମ୍‌ ଉତ୍ପନ୍ନ ହୋଇଛି। ପରିବେଶବିତ୍‌ କହିଛନ୍ତି ଯେ ପରିବେଶର ସୁରକ୍ଷା କରିବା ନିହାତି ଆବଶ୍ୟକ, ନଚେତ୍‌ ପରିସ୍ଥିତି କରୋନା ମହାମାରୀଠାରୁ ମଧ୍ୟ ଭୟାବହ ହୋଇପାରେ।

Tamil Nadu: Extend lockdown by two weeks, recommends expert panel ...

ଏବେ କରୋନା ଯୋଗୁ ହୋଇଥିବା ଲକଡାଉନ୍‌ ପାଇଁ ସମସ୍ତେ ଘରେ ଅଛନ୍ତି। ରାସ୍ତାରେ ଗାଡ଼ି ମଟରର ସଂଖ୍ୟା ହ୍ରାସ ପାଇଛି। ଏଣୁ ପରିବେଶ ପ୍ରଦୂଷଣ ମଧ୍ୟ କମିଛି। ପରିବେଶରେ କାର୍ବନ୍‌ ଡାଇଅକ୍ସାଇଡ୍‌ର ପରିମାଣ କମିଥିବାରୁ ଗ୍ରୀନ୍‌ ହାଉସ୍‌ ପ୍ରଭାବ ମଧ୍ୟ ହ୍ରାସ ପାଇଛି। ଫଳରେ ବାୟୁମଣ୍ଡଳ ଶୁଦ୍ଧ ହେବାରେ ଲାଗିଛି।

Corona de Wert: 'I was there before the virus' - Vox magazine

ଗବେଷକଙ୍କ କହିବାନୁସାରେ ସାରା ବିଶ୍ୱରେ ଯଦି କାର୍ବନ୍‌ ଟ୍ୟାକ୍ସ ଲଗାଯାଏ ତେବେ ଜିଡିପି ବଢ଼ାଇବାରେ ସହାୟକ ହେବ। ଏହି ଅର୍ଥକୁ ସରକାର ଗରିବଙ୍କ କଲ୍ୟାଣ ପାଇଁ ବ୍ୟବହାର କରିପାରିବେ। ଜଳବାୟୁ ପରିବର୍ତ୍ତନ ଭବିଷ୍ୟତରେ ଏକ ବଡ଼ ବିପଦ ସୃଷ୍ଟି କରିବ। ଏଣୁ ଏଥିପାଇଁ ଏବେଠୁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.