Below header

କାଲିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ୬୦ଟି ସେଣ୍ଟରରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କେନ୍ୟୁଜ: କାଲିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ହେବ । ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତିନୋଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଖାତାଦେଖା ହେବ । ସକାଳ ୧୦ରୁ ଦିନ ତିନିଟା ପର୍ଯ୍ୟନ୍ତ ମୂଲ୍ୟାୟନ ହେବ । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ହେଲେ କରୋନା ଯୋଗୁଁ ସ୍ଥଗିତ ହୋଇଥିଲା । ଏହାପରେ ମେ’ ୨୦ ତାରିଖରେ ଖାତାଦେଖା ହେବାକୁ ସ୍ଥିର ହୋଇଥିଲା । ବାତ୍ୟା ଅମ୍ଫନ ପାଇଁ ଏହାକୁ ୨୧ ତାରିଖକୁ ଘୁଂଚା ଯାଇଥିଲା । କିଛି ଅଞ୍ଚଳରେ ବାତ୍ୟା ପ୍ରଭାବ ଯୋଗୁଁ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ୪୫ ଦିନ ଭିତରେ ଫଳ ବାହାରିବ । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଖାତାଦେଖା ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.