ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତକାର ପ୍ରୀତମ୍‌ଙ୍କ ପିତାଙ୍କ ନିଧନ, ଟିଟ୍‌ କରି ସୂଚନା ଦେଲେ କୈଳାଶ ଖେର

ଲକ୍‌ଡାଉନ୍‌ ମଧ୍ୟରେ ବଲିଉଡ୍‌ ଜଗତରୁ ବହୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଇରଫାନ୍‌ ଖାନ୍‌, ଋଷି କପୁରଙ୍କ ପରେ ଏବେ ବଲିଉଡ୍‌ର ସଙ୍ଗୀତକାର ତଥା ଗାୟକ ପ୍ରୀତମଙ୍କ ପିତୃ ବିୟୋଗ ଘଟିଛି। ଏନେଇ କଣ୍ଠଶିଳ୍ପୀ କୈଳାଶ ଖେର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। କୈଳାଶ ଲେଖିଛନ୍ତି ଯେ ମୋ ବନ୍ଧୁଙ୍କ ପିତାଙ୍କ ବିୟୋଗ ଘଟିଛି। ଦିବଂଗତ ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି।

ସୂଚନାଯୋଗ୍ୟ ଯେ ପ୍ରୀତମ୍‌ଙ୍କୁ ଶେଷ ଥର ପାଇଁ କୋଭିଡ ୧୯ ପାଇଁ ଚାନ୍ଦା ଏକାଠି କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆଇ ଫର ଇଣ୍ଡିଆର ଇଭେଣ୍ଟରେ ଦେଖିବାକୁ ମିଳିଥିଲା। ଏଥିରେ ଅନ୍ୟ ଷ୍ଟାରମାନଙ୍କ ସହ ପ୍ରୀତମ୍‌ ମଧ୍ୟ ନଜର ଆସିଥିଲେ। ସେ ଅରିଜିତ ସିଂହଙ୍କ ସହ ଗୀତ ଗାଇଥିଲେ।

Pritam scores a hat-trick with the Khans - All Bollywood News

ପ୍ରକାଶ ଯେ ପ୍ରୀତମଙ୍କ ପୂରା ନାମ ହେଉଛି ପ୍ରୀତମ୍‌ ଚକ୍ରବର୍ତ୍ତୀ। ସେ ପଶ୍ଚିମବଙ୍ଗର ବାସିନ୍ଦା। ତାଙ୍କ ପିତାଙ୍କ ନାମ ପ୍ରବୋଧ ଚକ୍ରବର୍ତ୍ତୀ। କୈଳାଶ ଖେରଙ୍କ ଠାରୁ ଏହି ଦୁଃଖଦ ଖବର ପାଇବା ପରେ ପ୍ରୀତମ୍‌ଙ୍କ ଫ୍ୟାନ୍‌ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.