Below header

ବ୍ରାଜିଲ : ଆମାଜନ୍‌ ଜଙ୍ଗଲରେ ରହୁଥିବା ୬୦ ଜନଜାତୀଙ୍କ ମଧ୍ୟରେ ପହଞ୍ଚିଲାଣି କରୋନା ଭାଇରସ୍‌, ଏଯାଏ ମୃତ୍ୟୁ ହେଲାଣି ୧୨୫ ଜଣଙ୍କର

ବ୍ରାଜିଲ : ମହାନଗରରୁ ସୃଷ୍ଟ କରୋନା ଭାଇରସ୍‌ କ୍ରମେ ଗାଁ ଓ ଜଙ୍ଗଲରେ ପହଞ୍ଚିଛି । ବ୍ରାଜିଲ୍‌ ଆମାଜନ୍‌ ଜଙ୍ଗଲ କ୍ଷେତ୍ରରେ ରହୁଥିବା ୬୦ ଜନଜାତୀଙ୍କ ମଧ୍ୟରେ ଏବେ କରୋନା ଭାଇରସ୍‌ ପହଞ୍ଚି ସାରିଛି ।

amazon-0

ଏଯାଏ ସେଠାରେ ୯୮୦ କରୋନା ମାମଲା ଆସିଥିବା ବେଳେ କରୋନାରେ ୧୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏଠାରେ ସ୍ୱାସ୍ଥ୍ୟ ସୁବିଧା ପ୍ରାୟ ନଥିବାରୁ ପ୍ରଶାସନ ପାଇଁ ଜନଜାତୀଙ୍କ ସମସ୍ୟା ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

amazon-2

ଆମାଜନ୍‌ ଜଙ୍ଗଲ ଘେରା ଜନଜାତିଙ୍କ ଗାଁରେ କିପରି କରୋନା ପହଞ୍ଚିଲା ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ଆମାଜନ୍‌ର ୯୦ ପ୍ରତିଶତ ଜନଜାତି ସମୁଦାୟ ଗାଁରେ ହସ୍‌ପିଟାଲର ସୁବିଧା ନାହିଁ ।

ଯଦି ଏଠାରେ କରୋନା ସଂକ୍ରମଣକୁ ରୋକା ଯାଇ ନପାରେ ତେବେ ଏଠାରେ ସବୁଠୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିବ ବୋଲି ଆଶଙ୍କା କରାଯାଇଛି । ବ୍ରାଜିଲରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ତିନି ଲକ୍ଷ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ହଜାରରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.