Below header

ଭଙ୍ଗା ବାମ ହାତ ଜାଗାରେ ଭଲଥିବା ଡାହାଣ ହାତକୁ ପ୍ଲାଷ୍ଟର କଲେ ଡାକ୍ତର, ପଢ଼ନ୍ତୁ ପୂରା ଘଟଣା

ଡାକ୍ତରଙ୍କ ଅବହେଳା ପ୍ରାୟ ସମୟରେ ସାମ୍ନାକୁ ଆସୁଛି। କିନ୍ତୁ ଏହି ଘଟଣା ସୋସିଆଲ ମିଡିଆରେ ହଙ୍ଗମା ମଚାଇ ଦେଇଛି। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏହି ଘଟଣା ବିହାର ଅଟେ। ଯେଉଁଠି ଡାକ୍ତରଙ୍କ ଅବହେଳା ସାମ୍ନାକୁ ଆସିଛି।

ବିହାରର ଦରଭଙ୍ଗା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଚରମ ଅବହେଳା ଦେଖିବାକୁ ମିଳିଛି। ବାମ ହାତ ଭାଙ୍ଗିଯିବାରୁ ପୁଅକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ବାପା। କିନ୍ତୁ ଡାକ୍ତର ତାଙ୍କର ଭଙ୍ଗା ହାତକୁ ଛାଡ଼ି ଭଲ ଥିବା ଡାହାଣ ହାତକୁ ପ୍ଲାଷ୍ଟର କଲେ। ରୋଗୀ ସମେତ ତାଙ୍କ ବାପା ଡାକ୍ତରଙ୍କୁ ବାରଣ କରିଥିଲେ ହେଁ ସେ କିଛି ନ ଶୁଣି ତରବରିଆ ହୋଇ ଭଲ ହାତକୁ ପ୍ଲାଷ୍ଟର କରିଦେଲେ।

doctorରିପୋର୍ଟ ଅନୁଯାୟୀ ବାଳକଟିର ନାମ ଫଇଜନ ଏବଂ ଘର ସ୍ଥାନୀୟ ହନୁମାନ ନଗରରେ। ଆମ୍ବ ଗଛରୁ ପଡ଼ିଯିବାରୁ ତା’ର ବାମ ହାତ ଭାଙ୍ଗିଯାଇଥିଲା। ହାତର ଏକ୍ସ-ରେ କରାଯିବା ପରେ ଏହା ସ୍ପଷ୍ଟ ହେବାରୁ ପିଲାଟିର ବାପା ତା’କୁ ଧରି ଦରଭଙ୍ଗା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ଏକ୍ସ-ରେ ରିପୋର୍ଟ ଦେଖିବା ପରେ ବାମ ହାତ ଭାଙ୍ଗିଥିବା ଦେଖିଥିଲେ। କିନ୍ତୁ ଡାକ୍ତର ବାମ ହାତ ବଦଳରେ ଡାହାଣ ହାତ ପ୍ଲାଷ୍ଟର କରିଥିଲେ। ଫଇଜନ ଡାକ୍ତରଙ୍କୁ ବାରମ୍ବାର ତାଙ୍କ ବାମ ହାତ ଭାଙ୍ଗିଥିବା ନେଇ ଜଣାଇଥିଲେ ମଧ୍ୟ ଡାକ୍ତର ତାହାକୁ ଅଣଦେଖା କରିଥିଲେ।

ବାଳକର ପରିବାର ଲୋକ ଡିଏମସିଏଚ୍ ପହଁଚି ଡାକ୍ତରଙ୍କ ଏହି ଅବହେଳା ବିଷୟରେ ଅଭିଯୋଗ କରିଥିଲେ। ଯାହା ପରେ ହସ୍ପିଟାଲର ଅଧୀକ୍ଷକ ରାଜ ରଞ୍ଜନ ପ୍ରସାଦ ତଦନ୍ତ ପାଇଁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.