Below header

ଟାଇଗର ଏବଂ ଦିଶାଙ୍କ ସଂପର୍କରେ ଆସିଲା ଫାଟକ, ନେଲେ ବ୍ରେକଅପ୍ କରିବାର ନିଷ୍ପତି

ମୁମ୍ବାଇ : ବଲିଉଡ କଳାକାର ଦିଶା ପଟାନୀ ଏବଂ ଟାଇଗର ସର୍ଫ ବହୁ ସମୟ ହେଲା ପ୍ରେମ ସଂପର୍କରେ ରହିଛନ୍ତି। ତେବେ ଦୁହେଁ ଉଦ୍ଭୟଙ୍କ ସଂପର୍କ ବିଷୟରେ କେବେ ସର୍ବସାଧାରଣରେ ଉଲ୍ଲେଖ କରିନାହାନ୍ତି। କିନ୍ତୁ ଦୁଇ କଳାକାରଙ୍କୁ ଅନେକ ଥର ବିଭିନ୍ନ ଡିନର ଏବଂ ଲଞ୍ଚ ଆଦିରେ ଦେଖିବାକୁ ମିଳିଛି। ନିକଟରେ ମିଳିଥିବା ଏକ ସୂତ୍ରରୁ ଜଣାପଡିଛି ଉଦ୍ଭୟ କଳାକାରଙ୍କ ଏବେ ଭିନ୍ନ ହେବାର ନିର୍ଣ୍ଣୟ ନେଇଛନ୍ତି।

tiger_disha_baaghi

ବିଶେଷ ସୂତ୍ରରୁ ଜଣାପଡିଛି ଦିଶା ଏବଂ ଟାଇଗରଙ୍କର ବ୍ରେକଅପ୍ ହେବାକୁ ଯାଉଛି। ତେବେ ଦୁହିଁଙ୍କ ଭିନ୍ନ ହେବାର କାରଣ କିଛି ସଠିକ୍ ଭାବେ ଜଣାପଡିନାହିଁ। ତେବେ ବର୍ତ୍ତମାନ କିଛି ଦିନ ହେବ ଦିଶାଙ୍କୁ ଆଦିତ୍ୟ ଠାକେରଙ୍କ ସହ ଦେଖିବାକୁ ମିଳିଛି। ଜଣାପଡିଛି କି ଦୁଇ କଳକାରଙ୍କ ମଧ୍ୟରେ ବିଗତ କିଛି ଦିନ ହେବ ମତଭେଦ ଲାଗିରହିଛି। ଫଳରେ ସେମାନେ ପ୍ରେମୀକପ୍ରେମୀକା ନୁହଁ ବରଂ ଜଣେ ଭଲ ସାଙ୍ଗ ଭାବେ ରହିବାର ନିଷ୍ପତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.