Below header

୪ ମାସ ପରେ ବଦଳିଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନସ୍, ସଂସଦର ନିଷ୍ପତ୍ତି

ସରକାର ଡ୍ରାଇଭିଂ ଲାଇସେନ୍ସ ବନାଇବାର ନିୟମକୁ ସହଜ କରିବା ପାଇଁ ପ୍ରାୟସ ଜାରୀ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ସଂସଦରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି)ର ନୂଆ ନିୟମକୁ ନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ୧ରୁ ପୂରା ଦେଶରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ବାହନର ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି) ଏକା ଭଳି ହେବ। ଏହାର ଅର୍ଥ ହେଉଛି ସବୁ ରାଜ୍ୟରେ ଏବେ ଡିଏଲ ଏବଂ ଆରସିର ରଙ୍ଗ ଏକା ଭଳି ହେବ ଏବଂ ସେଥିରେଯ ସୂଚନା ସମାନ ସ୍ଥାନ ଗୁଡିକରେ ହିଁ ହେବ।

ଦେଶରେ ପ୍ରତିଦିନ ପ୍ରାୟ ୩୨୧,୦୦୦ ଡିଏଲ ଇସ୍ୟୁ ହେଉଛି କିମ୍ବା ରିନ୍ୟୁ କରାଯାଉଛି। ଏହିପରି ଭାବେ ପ୍ରାୟ ୪୩,୦୦୦ ଗାଡିର ରେଜିଷ୍ଟର ହୋଇଥାଏ। ଏହି ନୂଆ ଆରସି ଏବଂ ଡିଏଲରେ ୧୫-୨୦ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ନାହିଁ। ଟ୍ରାନ୍ସପୋର୍ଟ ମନ୍ତ୍ରାଳୟ ଅଧିକାରଙ୍କ ମୁତାବକ ଏହି ପରିବର୍ତ୍ତନରେ ଟ୍ରାଫିକ ବାଲାଙ୍କୁ ମଧ୍ୟ ସହଯୋଗ ମିଳିବ।

driving license

ବଦଳିଯିବ ଆପଣଙ୍କ ଡିଏଲ

ଏହି ନିଷ୍ପତ୍ତିରେ ଡିଏଲ ଏବଂ ଆରସିରେ ସୂଚନାକୁ ନେଇ ଆଉ ଭ୍ରମ ରହିବ ନାହିଁ। ଏବେ ପର‌୍ୟ୍ୟନ୍ତ ନିଜ ସୁବିଧା ଅନୁଯାୟୀ ଡିଏଲ ଏବଂ ଆରସି ଫର୍ମାଟ ତିଆରି କରିଥାଏ। ଯେଉଁ କାରଣରୁ ରାଜ୍ୟରେ କିଛି ଡିଏଲର ବିବରଣୀ ସମ୍ମୁଖରେ ଥିବାବେଳେ ଆଉ କିଛି ରାଜ୍ୟରେ ଏହି ବିବରଣୀ ପଛରେ ଥାଏ। କିନ୍ତୁ ଏବେ ସମସ୍ତ ରାଜ୍ୟରେ ଯେଉଁ ଡିଏଲ ଏବଂ ଆରସି ବନାଯିବ ତାହା ଏକା ଭଳି ହୋଇଥିବ।
ମନ୍ତ୍ରାଳୟ ଅଧିକାରଙ୍କ କହିବାନୁଯାୟୀ ଏହା ବିଷୟରେ ମନ୍ତ୍ରାଳୟ ୩୦ ଅକ୍ଟୋବର ୨୦୧୮ରେ ଡ୍ରାଫ୍ଟ ନୋଟିଫିକେସନ ଜାରୀ କରି ସମସ୍ତ ପକ୍ଷରୁ ଏହି ବିଷୟରେ ରାୟ ମାଗିଥିଲେ।

drivingଏବେ ଆହୁରି ସ୍ମାର୍ଟ ହେବ ଡିଏଲ

-ଏହି ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସିରେ ମାଇକ୍ରୋଚିପ୍ ଏବଂ କ୍ୟୁଆର କୋଡ୍ ରହିବ, ଯାହାଦ୍ବାରା ଅତୀତରେ କରିଥିବା ନିୟମ ଉଲଙ୍ଘନ ଲୁଚାଇବା ପ୍ରାୟ ଅସମ୍ଭବ ହେବ।

-ଏହି କ୍ୟୁଆର କୋଡ୍ ଜରିଆରେ କେନ୍ଦ୍ରୀୟ ଅନଲାଇନ ଡାଟାବେସ ଦ୍ବାରା ଡ୍ରାଇଭର ଏବଂ ବାହନର ପୂର୍ବ ରେକର୍ଡକୁ ଏକ ଡିଭାଇସ୍ ଜରିଆରେ ପଢ଼ା ଯାଇପାରିବ।

-ଟ୍ରାଫିକ୍ ପୋଲିସଙ୍କ ପାଖରେ ଥିବା ଡିଭାଇସରେ କାର୍ଡ ଭରିବା ଦ୍ବାରା କ୍ୟୁଆର କୋଡକ ସ୍କାନ କରିବା ଦ୍ବାରା ଗାଡି ଏବଂ ଡ୍ରାଇଭରଙ୍କର ସମସ୍ତ ଡିଟେଲ ମିଳିଯିବ।

-ଏହି ନୋଟିଫିକେସନ ଅନୁଯାୟୀ ସମସ୍ତ ରାଜ୍ୟରେ ୧ ଅକ୍ଟୋବରରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ବାହନର ରେଜିଷ୍ଟ୍ରେସନ ସାର୍ଟିଫିକେଟ ପିବିସି ଆଧାରିତ କରିବାକୁ ହେବ କିମ୍ବା ପଲିକାର୍ବୋନେଟ ହେବ।

-ଏଥିରେ ଚିପ୍ ମଧ୍ୟ ଲାଗିଥିବ ଏବଂ ସୂଚନା ମଧ୍ୟ ସେହି ଫର୍ମାଟରେ ହେବ, ଯାହାକୁ କେନ୍ଦ୍ର ସରକାର ନୋଟିଫାଇ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.