Below header

ସି-ଟିମର ସଚେତନତା : ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ମହିଳାଙ୍କ ସୁରକ୍ଷା ପାଇଁ ରାଲି

ଗଜପତି(କେନ୍ୟୁଜ୍) : ଗତ ୨୪ତାରିଖରୁ ଆରମ୍ଭ ହୋଇଛି ସି-ଟିମ୍ ସପ୍ତାହ। ଏହି ଅବସରରେ ଆଜି ଏକ ସଚେତନ ରାଲି ପାରଳାଖେମୁଣ୍ଡି ଥାନାରୁ ଆରମ୍ଭ ହୋଇ ସହର ପରିକ୍ରମ କରିଥିଲା। ଏହି ରାଲିକୁ ଗଜପତି ଏସପି ସାରା ଶର୍ମା ସବୁଜପତାକା ଦେଖାଇ ଶୁଭରମ୍ଭ କରିଥିଲେ।

ନାରୀଙ୍କ ବିରୋଧରେ ନିର୍ଯ୍ୟତନା ନଦେବା, କମେଣ୍ଟ ନମାରିବା, ନାରୀ ସୁରକ୍ଷା କରିବା ଭଳି ଆଦି ପ୍ଳେକାର୍ଡ ଧରି ମହିଳାଙ୍କୁ ସଚେତନ କରାଯାଇଥିଲା। ଶୋଭାଯାତ୍ରାରେ ସମସ୍ତ ପୋଲିସ ଅଧିକାରୀ ସମେତ ସାରା ଶର୍ମା ନିଜେ ଉପସ୍ଥିତ ରହି ଚାଲିଚାଲି ବିଭିନ୍ନ ଛକ ଗୁଡିକରେ ବିଭିନ୍ନ ବର୍ଗର ମହିଳା କର୍ମଚାରୀ, କଲେଜ ଛାତ୍ରୀ, ଶିକ୍ଷୟତ୍ରୀ ମାନଙ୍କୁ ଫୁଲଦେଇ ସଚେତନ କରିଥିଲା ସି-ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.