Below header

ଜନ୍ମଦିନ ହେଲା ଜୀବନର ଶେଷ ଦିନ: କେକ୍ କାଟି ପରିବାର ସହ ଖୁସି ମନାଇବାକୁ ଆସିଥିଲେ, ଖେଳିଗଲା ଶୋକ

ଖୁସି ପାଲଟିଲା ଦୁଃଖ । ପରିବାର ସହ ଜନ୍ମଦିନ ଖୁସି ମନାଇବାକୁ ଆସିଥିଲେ । ମାତ୍ର କିଏ ଜାଣିଥିଲା ଏମିତି ମାଡି ଆସିବ ଦୁଃଖର କଳା ବାଦଲ । ଆଉ ଦେଖୁ ଦେଖୁ ଛଡାଇ ନେଲା ସବୁକିଛି । କେଇ ମିନିଟ୍ ଭିତରେ ଚାଲିଗଲା ୩ଟି ଜୀବନ ।

ସୁନ୍ଦରଗଡ(କେନ୍ୟୁଜ): ଖୁସି ପାଲଟିଲା ଦୁଃଖ । ପରିବାର ସହ ଜନ୍ମଦିନ ଖୁସି ମନାଇବାକୁ ଆସିଥିଲେ । ମାତ୍ର କିଏ ଜାଣିଥିଲା ଏମିତି ମାଡି ଆସିବ ଦୁଃଖର କଳା ବାଦଲ । ଆଉ ଦେଖୁ ଦେଖୁ ଛଡାଇ ନେଲା ସବୁକିଛି । କେଇ ମିନିଟ୍ ଭିତରେ ଚାଲିଗଲା ୩ଟି ଜୀବନ ।

ସୁନ୍ଦରଗଡ ରିଜେଣ୍ଟ ମାର୍କେଟ ଅଞ୍ଚଳର ଏକ ପରିବାର ଗତକାଲି ଇବ ନଦୀର ସେମିନା କୁ ଆସିଥିଲେ ଭୋଜି କରିବାକୁ। ମହମ୍ମଦ ଫରାନ ନାମକ ଜଣେ ନାବାଳକଙ୍କ ଜନ୍ମଦିନ ପାଳିବାକୁ ସାରା ପରିବାରଏଠାକୁ ଆସିଥିଲେ । ବହୁତ୍ ଖୁସିରେ ଏଠାରେ କେକ୍ କାଟିବା ସହ ଭୋଜି ଭାତ କରିଥିଲେ । ମାତ୍ର ସେପଟେ ଯମ ଯେଭଳି ହାତ ହଲାଇ ଡାକୁଥିଲା ଦୁଇ ନାବାଳକ ପୁତୁରା ମହମ୍ମଦ ଫରାନ୍, ମହମ୍ମଦ ରିଜୱାନ ଓ କାକା ମହମ୍ମଦ ସାଜିଦ୍ ଙ୍କୁ।

ଫାରାନ ଓ ରିଜୱାନ ନଦୀରେ ଗାଧୋଉ ଥିବା ବେଳେ ପଶିଯାଇଥିଲା ଚୋରା ବାଲିରେ । ୨ ପୁତୁରାଙ୍କ ଚିତ୍କାର ଶୁଣି ଉଦ୍ଧାର ପାଇଁ ଧାଇଁ ଯାଇଥିଲେ କାକା ସାଜିଦ୍ । ହେଲେ କଣ ହେବ ବିଧିର ବିଧାନ କିଛି ଅଲଗା ଥିଲା । ଦୁଇ ପୁତୁରାଙ୍କ ସହ କାକା ଏକାବେଳକେ ୩ ଜଣ ସେହି ଚୋରା ବାଲିରେ ଫସିଯାଇଥିଲେ । ଏନେଇ ଖବର ପାଇବା ପରେ ତୁରନ୍ତ ପୋଲିସ୍, ଅଗ୍ନିଶମ ବାହିନୀ ପହଞ୍ଚି ଆରମ୍ଭ କରିଥିଲେ ରେସକ୍ୟୁ ଅପରେସନ ।

ଗତକାଲି ରାତି ହେବାରୁ ଉଦ୍ଧାର କାମ ବନ୍ଦ ରହିଥିଲା ମାତ୍ର ଆଜି ସକାଳୁ ପ୍ରଥମେ ଦୁଇ ନାବାଳକଙ୍କ ମୃତ ଦେହ ଉଦ୍ଧାର କରାଯିବା ପରେ ପରେ କାକା ସାଜିଦ୍ ଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ । ବହୁତ୍ ଖୋଜାଖୋଜି ପରେ ଜଣେ ସ୍ଥାନୀୟ ଯୁବକ ସାଜିଦ୍ ଙ୍କୁ ଉଦ୍ଧାର କରିଥିଲେ ।

ଅଗ୍ନିଶମ ବାହିନୀର ସୁନ୍ଦରଗଡ,ଝାରସୁଗୁଡ଼ା,ସମ୍ବଲପୁର ଓ ଭୁବନେଶ୍ୱର୍ ରୁ ସ୍ଵତନ୍ତ୍ର ଟିମ୍ ଅପରେସନରେ ସାମିଲ ହୋଇଥିଲେ । ଭିକ୍ଟିମ୍ ଲୋକେସନ୍ କ୍ୟାମେରାରେ ଠାବ ପରେ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ କର୍ମଚାରୀ ।

ଏଭଳି ଏକ ଦୁଃଖଦ ଘଟଣା ପରେ ରିଜେଣ୍ଟ ମାର୍କେଟ ଅଞ୍ଚଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୂର୍ବରୁ ୨୦୧୦ ମସିହାରେ ହୋଲି ସମୟରେ ଏହି ଚୋରା ବାଲିରେ ଫସି ୩ ଯୁବକ ପ୍ରାଣ ହରାଇଥିଲେ । ଏହା ସହ ଅନେକ ସମୟର ଏଠାରେ ଏହି ଭଳି ଅଘଟଣ ଘଟୁଛି । ଏଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ଦାବି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.