ବସ୍ ଓଲଟି ଜଣେ ମୃତ୍ୟୁ ଓ ୨୬ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଆଜମଗଡରୁ ଲୋକଙ୍କୁ ଦିଲ୍ଲୀ ନେଇ ଯାଉଥିଲା ବସ୍ ଦୁର୍ଘଟଣା ଗ୍ରସ୍ତ । ସୂଚନା ଅନୁସାରେ, ଆମ୍ବେଦକର ନାଗରରେ ପହଞ୍ଚିବା ମାତ୍ରେ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ବସ୍ ଓଲଟି ପଡ଼ିବା ପରେ ପ୍ରାୟ ୨୬ ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି ।

ୟୁପିର ଆମ୍ବେଦକର ନଗର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍ ଓଲଟି ପଡ଼ିବା ପରେ ପ୍ରାୟ ୨୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏହି ବସ୍ ଆଜମଗଡରୁ ଲୋକଙ୍କୁ ନେଇ ଦିଲ୍ଲୀ ଯାଉଥିଲା । ଏହି ସମୟରେ ଆମ୍ବେଦକର ନଗରରେ ପହଞ୍ଚିବା ମାତ୍ରେ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଏସପି ଏବଂ ଅନ୍ୟ ପୋଲିସ ଟିମ୍‌ର ସଦସ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ ୨୬ ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେଠିକାର ଏସପି କହିଛନ୍ତି, ଯେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମେଡିକାଲ କଲେଜକୁ ରେଫର କରାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି ।

ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ ଅଧୀକାରୀ କହିଛନ୍ତି, ‘‘ଆଜମଗଡରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ସ୍ଲିପିଙ୍ଗ୍‌ ବସ୍ ଓଲଟି ପଡ଼ିଥିଲା । ଏହା ପରେ ପୋଲିସ ସେହି ସ୍ଥାନରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏହାପରେ ପୂରା ଘଟଣା ବିଷୟରେ ଜଣାପଡିଥିଲା ଯେ ୨୬ ଜଣ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ସେହି ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ପଠାଯାଇଛି ।

ଏସପି ଆହୁରି କହିଛନ୍ତି ଯେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଏବଂ ସେଠାରେ ଗ୍ରୀନ୍‌ କରିଡର ତିଆରି କରିବା ସମୟରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ହସ୍ପିଟାଲ ପଠାଯାଇଥିଲା । ତେବେ ଏପର୍ଯ୍ୟନ୍ତ ସେଠାରେ ସମସ୍ତ ଉଦ୍ଧାର କାର୍ଯ୍ୟ ସଫଳତାର ସହିତ ଶେଷ ହୋଇଛି । ଏହା ସହ ଅବଶିଷ୍ଟ ଆହତ ଲୋକମାନଙ୍କର ଏବେବି ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.