Below header

ବିବାହର ୩୬ ବର୍ଷ ପରେ ବଦଳିଲା ଭାଗ୍ୟ, ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ୬୫ ବର୍ଷ ବୟସରେ ମିଳିଲା ସନ୍ତାନ ସୁଖ

କାହାର କେତେବେଳେ ଯେ ଭାଗ୍ୟ ବଦଳିବ ସେ କଥା କେହି ଜାଣନ୍ତି ନାହିଁ। ସେଭଳି ଚମତ୍କାର ବା ମିରାକଲ ଦେଖିବାକୁ ମିଳିଛି ଜଣେ ଦମ୍ପତିଙ୍କ କ୍ଷେତ୍ରରେ। ଦୀର୍ଘ ଦିନ ଧରି ସନ୍ତାନଟିଏ ପାଇଁ ଅପେକ୍ଷା କରିଥିବା ଦମ୍ପତିଙ୍କ ଇଚ୍ଛା ପୂରଣ ହୋଇଛି। ବିବାହର ୩୬ ବର୍ଷ ପରେ ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଦମ୍ପତି। ସରଫା ବଜାର ଅମ୍ବାଲା ଛାବନୀର ଏକ ଆମେରିକାନ୍‌ ହସ୍ପିଟାଲରେ ଡା.କେସି ଶର୍ମାଙ୍କ ଆୟୁର୍ବେଦିକ ଚିକିତ୍ସା ପରେ ଜଣେ ଦମ୍ପତି ସନ୍ତାନ ସୁଖ ଲାଭ କରିଛନ୍ତି। ଏହି ଦମ୍ପତି ୧୨ ଥର ଟେଷ୍ଟ ଟ୍ୟୁବ୍‌ ବେବି, ଆଇମ୍‌ବିଏଫ୍‌ ତଥା ୧୫ ଥର ଆଇୟୁଆଇ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମାତ୍ର ଚଳିତ ଥର ଭାଗ୍ୟ ସେମାନଙ୍କ ସାଥ୍‌ ଦେଇଛି।

KZN woman accused of trying to kill her newborn

ଛୁଆଟିଏ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଥକି ପଡ଼ିଥିଲେ ଏହି ଦମ୍ପତି। କିନ୍ତୁ କଥାରେ ଅଛି ଭାଗ୍ୟରେ ଯାହା ଥିବ ନିଶ୍ଚୟ ମିଳିବ। ଏହି ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ସେଭଳି ହେଲା। କୌଣସି ଆଧୁନିକ ଚିକିତ୍ସା ନ କରି ଦମ୍ପତି ଛୁଆଟିଏ ପାଇଁ ଆୟୁର୍ବେଦିକ ଚିକିତ୍ସା କରାଇଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଥରକ ସେମାନେ ସଫଳ ହୋଇଥିଲେ।

Expenses for a New Baby you didn't think about - Kivo Daily

ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀଙ୍କ ବୟସ ୬୫ ବର୍ଷ ହୋଇଯାଇଥିବା ବେଳେ ଶୁକ୍ରାଣୁ ମାତ୍ର ୨ ପ୍ରତିଶତ ରହିଥିଲା। ସେହିଭଳି ତାଙ୍କଠାରେ ଶୀଘ୍ରପତନ ସମସ୍ୟା ମଧ୍ୟ ରହିଥିଲା। ଅନ୍ୟପଟେ ମହିଳାଙ୍କ ବୟସ ୫୮ ବର୍ଷ ହୋଇଥିବା ବେଳେ ତାଙ୍କର ଥାଇରଏଡ୍‌, ପିସିଓଡି, ୟୁଟେରସ୍‌ରେ ଟ୍ୟୁମର, ମାସିକ ଧର୍ମ ବନ୍ଦ ଆଦି ଯାବତୀୟ ସମସ୍ୟା ରହିଥିଲା। ଉଭୟ ପତିପତ୍ନୀଙ୍କର ସମସ୍ତ ରୋଗକୁ ଦେଖି ଡାକ୍ତର କେସି ଶର୍ମା ସେମାନଙ୍କ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ଏବେ ଏହି ଦମ୍ପତିଙ୍କର ଏକ ପିଲା ଜନ୍ମ ହୋଇଛି। ଏହି ସଫଳତା ପରେ ଡାକ୍ତର କହିଛନ୍ତି ଯେ ଆୟୁର୍ବେଦିକ ଚିକିତ୍ସାରେ ସବୁ କିଛି ସମ୍ଭବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.