ହାତରେ କପ୍‌ ଧରି ମାଙ୍କଡ ପିଇବାକୁ ଲାଗିଲା କଫି, ଭିଡିଓ ଦେଖି ଲୋକେ ଦେଲେ ଏମିତି ରିଆକସନ୍‌

ଏବେ ସୋସିଆଲ ମିଡିଆରେ ମାଙ୍କଡର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମାଙ୍କଡ ହାତରେ କପ୍‌ ଧରି କଫି ପିଉଥିବା ନଜର ଆସୁଛି। ଆଉ ସବୁଠାରୁ ମଜାଦାର କଥା ହେଉଛି ମାଙ୍କଡ ଏକଦମ ମଣିଷଙ୍କ ଭଳି ଚେୟାର ଉପରେ ବସି କଫି ପିଉଥିବା ନଜର ଆସୁଛି। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜର ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି ମାଙ୍କଡର କଫି ପିଉଥିବା ତରିକା ଅବିକଳ ମଣିଷ ଭଳି।

ଏହାଛଡା ମାଙ୍କଡ ଆମର ପୂର୍ବଜ। ମାଙ୍କଡ ହିଁ ଏମିତି ଏକ ଜୀବ ଯିଏ ମଣିଷର ଏକଦମ୍‌ ଅବିକଳ ନକଲ କରିପାରେ। ତେଣୁ ମାଙ୍କଡ ବହୁତ ସହଜରେ ଏକଦମ୍‌ ମଣିଷଙ୍କ ଭଳି ହିଁ ଚା ପିଉଛି।


ତେବେ ଏହି ଭିଡିଓକୁ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହିତ ମାଙ୍କଡର ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ଜଣେ ୟୁଜର କମେଣ୍ଟ କରି କହିଛନ୍ତି ଯେ ବାଃ କ୍ୟା ଗଜବ ଭିଡିଓ। ସେହିପରି ଆଉ ଜଣେ ୟୁଜର କମେଣ୍ଟ କରି କହିଛନ୍ତି ମାଙ୍କଡ ଆମ ପୂର୍ବଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.