Below header

ଜନ୍ମ କୁଣ୍ଡଳୀରେ ନବ ଗ୍ରହ ଦୋଷ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ, ନିଶ୍ଚୟ ପାଇବେ ଅଶୁଭରୁ ମୁକ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କୌଣସି ଗ୍ରହର ଚଳଣ ଘଟିଲେ ବ୍ୟକ୍ତି ଜୀବନରେ ଶୁଭ ଓ ଅଶୁଭର ପ୍ରଭାବ ପଡିଥାଏ | ଏଥିପାଇଁ ଜ୍ୟୋତିଷମାନେ କିଛି ଉପାୟ କହିଛନ୍ତି ଯାହାଦ୍ୱାରା ଗ୍ରହର ଅଶୁଭ ପ୍ରଭାବ ନଷ୍ଟ ହୋଇଥାଏ ଓ ଶୁଭ ପ୍ରଭାବ ମିଳିଥାଏ | ଆସନ୍ତୁ ଜାଣିବା ଗ୍ରହଙ୍କର ଦୋଷ ଖଣ୍ଡନ ଉପାୟ |

ଚନ୍ଦ୍ର ଦୋଷ ଉପାୟ – ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଙ୍କୁ ମନ କାରକ ଗ୍ରହ କୁହାଯାଏ | ବ୍ୟକ୍ତିଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ ଥଣ୍ଡା ଓ ସର୍ଦ୍ଦି ସହ ପେଟ ସମସ୍ୟା ହୋଇଥାଏ | ତେଣୁ ପୁର୍ଣିମା ଦିନ ଚନ୍ଦ୍ର ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ ପୂଜା କରନ୍ତୁ | ଏହି ଦିନ ଧଳା ବସ୍ତୁ ଦାନ କରନ୍ତୁ ଓ ସୋମ ବାରରେ କନିଷ୍ଠ ଆଙ୍ଗୁଳିରେ ମୋତି ଧାରଣ କରନ୍ତୁ | ଚନ୍ଦ୍ର ଦୋଷ ଦୂର ହେବ |

ସୂର୍ଯ୍ୟ ଦୋଷ ଉପାୟ – ଦୁର୍ବଳ ସୂର୍ଯ୍ୟ ଚାକିରିରେ ବାଧା ସୃଷ୍ଟି କରିଥାନ୍ତି | ବ୍ୟକ୍ତି ବିଭିନ୍ନ ରୋଗରେ ପଡ଼ିଥାନ୍ତି | ତେଣୁ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ଓ ବହି ଯାଉଥିବା ପାଣିରେ ଗୁଡା ପ୍ରବାହିତ କରନ୍ତୁ | ସୂର୍ଯ୍ୟ ଦୋଷ ଦୂର ହେବ |

ମଙ୍ଗଳ ଦୋଷ ଉପାୟ – ମଙ୍ଗଳ ଦୋଷ ବିବାହ ଜୀବନରେ ଅସୁବିଧା ସୃଷ୍ଟି କରିବା ସହ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ | ତେଣୁ ହନୁମାନ ଚାଳିଶ, ବଜରଙ୍ଗ ବାଣ ପାଠ କରିବା ସହ ମସୁର ଡାଲି ,ଗୁଡ ଦାନ କରନ୍ତୁ |

ଗୁରୁ ଦୋଷ ଉପାୟ – ବହି ଯାଉଥିବା ନଦୀରେ ବାଦାମ,ତେଲ ଓ ନଡିଆ ଭସାଇ ଦିଅନ୍ତୁ | ମଥାରେ କେଶର ତିଳକ ଲଗଂତ୍ୱ ପୋଖରାଜ ରତ୍ନ ଗୁରୁବାର ଦିନ ତର୍ଜ୍ଜନୀ ଆଙ୍ଗୁଳିରେ ଧାରଣ କରନ୍ତୁ | ଗୁରୁ ଦୋଷ ଦୂର ହେବ |

ଶୁକ୍ର ଦୋଷ ଉପାୟ – ଶୁକ୍ର ଦୋଷ ଦୂର ପାଇଁ ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ | ମନ୍ଦିର ଯାଇ ତାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ଓ ଘିଅ ଦାନ କରନ୍ତୁ | ଏହା ସହ କଂସା ବାସନ ଦାନ କଲେ ଶୁଭ ହୋଇଥାଏ |

ଶନି ଦୋଷ ଉପାୟ – ଶନି ଦୋଷ ଦୂର ପାଇଁ ଶନିବାର ଦିନ କଳା ରାଶି, ସୋରିଷ ତେଲ ଶନିଦେବଙ୍କୁ ଦାନ କରନ୍ତୁ | ସକାଳେ ଅଶ୍ୱସ୍ତ ଗଛରେ ଜଳ ଚଢାନ୍ତୁ ଓ ସନ୍ଧ୍ୟାରେ ଦୀପ ଜଳାନ୍ତୁ, ଲାଭ ମିଳିଵ |

ରାହୁ ଦୋଷ ଉପାୟ – ରାହୁ ଦୋଷ ଦୂର ପାଇଁ ମା’ ସରସ୍ୱତୀଙ୍କୁ ପୂଜା କରନ୍ତୁ ଓ ଏହା ସହ ରାହୁ ମନ୍ତ୍ର ” ଓଁ ରାଂ ରାହବେ ନମଃ ” ପ୍ରତିଦିନ 108 ଥର ପାଠ କରନ୍ତୁ | ତମ୍ବା ପାତ୍ରରେ ଗହମ ଓ ଗୁଡ ଭରି ବହି ଯାଉଥିବା ଜଳରେ ଭସାଇ ଦିଅନ୍ତୁ |

କେତୁ ଦୋଷ ଉପାୟ – କେତୁ ଦୋଷ ଦୂର ପାଇଁ ଅଶ୍ୱସ୍ତ ଗଛରେ ଜଳ ଚଢାନ୍ତୁ | ଘରର ମୁଖ୍ୟ ଦ୍ୱାର ଉଭୟ ପାର୍ଶ୍ୱରେ ତମ୍ବାର କଣ୍ଟା ବାଡାନ୍ତୁ | ଦୁଧ, ଦହି ଓ ଚାଉଳ ଦାନ କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.