ଥକ୍କା ଅନୁଭବ କରୁଥିଲେ ଆପଣଙ୍କୁ ଡିଟକ୍ସ କରିବା ଜରୁରୀ, ଜାଣନ୍ତୁ କିପରି ଘରେ ବସି କରିବେ ଶରୀରକୁ ଡିଟକ୍ସ

ବେଳେ ବେଳେ ଏମିତି ହୋଇଥାଏ ଯେ ବିନା କିଛି କାରଣରେ ଆମେ ଅସୁସ୍ଥ ଅନୁଭବ କରିଥାଉ | ଆମ ଚେହେରାରେ ଅଚାନକ ବ୍ରଣ ଆସିଯାଏ | ଆମର ଖାଦ୍ୟ ଠିକ ଭାବରେ ହଜମ ହୁଏ ନାହିଁ | ଯଦି ଆପଣଙ୍କ ସହ ସେପରି କିଛି ହେଉଥାଏ, ତେବେ ଆପଣଙ୍କୁ ନିଜ ଶରୀରକୁ ଡିଟକ୍ସ କରିବା ଜରୁରୀ |

ଅର୍ଥାତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଜରୁରୀ | ନଚେତ ଏହି ବିଷାକ୍ତ ପଦାର୍ଥ ଆପଣଙ୍କ ଶରୀରକୁ ରୋଗାଗ୍ରସ୍ତ କରିଦେଇପାରେ | ଆଜି ଆସନ୍ତୁ ଜାଣିବା କିପରି ସହଜରେ ଘରେ ବସି କରି ପାରିବେ ନିଜ ଶରୀରକୁ ଡିଟକ୍ସ |

ଅର୍ଗାନିକ ପ୍ରଡକ୍ଟସର ବ୍ୟବହାର କରନ୍ତୁ :

ଆଜିକାଲି ପ୍ରତ୍ୟକ ଜିନିଷରେ ଅପମିଶ୍ରଣ, ଯାହାକି ଶରୀରକୁ ବିଷାକ୍ତ କରିଥାଏ | ଏଥିପାଇଁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ | ତେଣୁ ଯେତେ ସମ୍ଭବ ଅର୍ଗାନିକ ଫୁଡ ପ୍ରଡକ୍ଟସର ବ୍ୟବହାର କରନ୍ତୁ |

ଚିନି କମ ଖାଆନ୍ତୁ :

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ମେଟାବୋଲିଜିମ ବଢାଇବା ପାଇଁ ଆପଣଙ୍କୁ ଚିନି କମ ଖାଇବା ଦରକାର | ଅଧିକ ଚିନି ପ୍ରୟୋଗ ଶରୀର ପାଇଁ ବିଷ ସଦୃଶ ହୋଇଥାଏ | ତେଣୁ ଯେତେ ସମ୍ଭବ କମ ଚିନି ଖାଆନ୍ତୁ |

ପାଣି ଅଧିକ ପିଇବା ଜରୁରୀ :

ଶରୀରକୁ ଡିଟକ୍ସ କରିବା ପାଇଁ ସବୁଠୁ ସହଜ ତରିକା ହେଉଛି ଅଧିକ ପାଣି ପିଇବା | ଦିନରେ ଅତି କମରେ 8 ରୁ 12 ଗ୍ଲାସ ପାଣି ପିଇବା ଜରୁରୀ | ଏପରି କରିବା ଦ୍ୱାରା ଶରୀର ଥିବା ବିଷାକ୍ତ ପଦାର୍ଥ ମୂତ୍ର ଓ ଝାଳ ଦ୍ୱାରା ବାହାରି ଯାଇଥାଏ |

ଲେମ୍ବୁ ପାଣି ପିଅନ୍ତୁ :

ପ୍ରତିଦିନ ଏକ ଗ୍ଲାସ ଲେମ୍ବୁ ପାଣି ଶରୀର ପାଇଁ ଅଦ୍ଭୁତ ଭାବେ କାମ କରିଥାଏ | ଏହାର ସେବନ ଦ୍ୱାରା ଶରୀରରେ ଖାର ମାତ୍ରା ବଢ଼ାଇଥାଏ | ଏହା ସହ ଶରୀରକୁ ସଫା କରିଥାଏ | ଲେମ୍ବୁ ପାଣିକୁ ଭଲ ଡିଟକ୍ସ ଡ୍ରିଙ୍କ କୁହାଯାଏ | ତେଣୁ ପ୍ରତିଦିନ ଏକ ଗ୍ଲାସ ଲେମ୍ବୁ ପାଣି ଅବଶ୍ୟ ପିଅନ୍ତୁ |

କଫି ଓ ଚା’ ଆଦୌ ପିଅନ୍ତୁ ନାହିଁ :

ଅଧିକ ଚା’ ଓ କଫି ହାନିକାରକ ହୋଇଥାଏ | ପାରନ୍ତି ତ ହର୍ବଲ ଚା’ ପି ପାରନ୍ତି | ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ପାଚନ ତନ୍ତ୍ର ଠିକ କରିଥାଏ |

ବ୍ରିଦିଂ ଏକ୍ସରସାଇଜ :

ବ୍ରିଦିଂ ଏକ୍ସରସାଇଜ ବା ଜୋର ଜୋର ରେ ପ୍ରଶ୍ୱାସ ନେବା ଦ୍ୱାରା ପୁରା ଶରୀରରେ ଅକ୍ସିଜେନ ର ଭଲ ସଂଚାର ହୋଇଥାଏ | ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.