Below header

ରୋଷେଇ ଘରେ ଏହି ଜିନିଷ ଥିଲେ ହେବ ବହୁତ ଚମତ୍କାର, ଏହି ଉପାୟ କଲେ ସଫଳ ହେବ ସବୁ କାମ

ରୋଷେଇ ଘରେ ଥିବା ଏମିତି ବହୁତ ଜିନିଷ ଅଛି ଯାହା ରୋଷେଇରେ ବ୍ୟବହାର ହେବା ସହ ବହୁତ ବାସ୍ତୁ ଦୋଷ ଦୁର କରିବାର ଶକ୍ତି ମଧ୍ୟ ରହିଛି | ଏହି ସବୁ ଜିନିଷ ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଥାଏ | ଏହି ଜିନିଷ ମଧ୍ୟ ଦେବତାଙ୍କ ଭୋଗରେ ଲାଗିଥାଏ | ତେବେ ଏହି ଜିନିଷ ଘରୁ ନକରାତ୍ମକ ବା ନେଗେଟିଭ ଶକ୍ତି ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ | ଏହି ଉପାୟ କରିବା ଦ୍ୱାରା ଅଟକି ଯାଇଥିବା କାମ ମଧ୍ୟ ସଫଳ ହୋଇଥାଏ ଓ ଭାଗ୍ୟ ସାଥ ଦେଇଥାଏ | ଆଜି ଆସନ୍ତୁ ଜାଣିବା ଲବଙ୍ଗର କିଛି ଉପାୟ ବିଷୟରେ |

ବିଗିଡି ଯାଇଥିବା କାମକୁ ସଫଳ କରିବା ପାଇଁ –

ଯଦି ଆପଣଙ୍କ ସବୁ କାମ ସଫଳ ହେଉ ହେଉ ବିଗିଡି ଯାଉଛି ତେବେ ଏକ ଲେମ୍ବୁରେ 4 ଟି ଲବଙ୍ଗକୁ ଫୋଡି ଦିଅନ୍ତୁ ଓ 21 ଥର ” ଓଁ ଶ୍ରୀ ହନୁମତେ ନମଃ ” ଜପ କରନ୍ତୁ | ଯେତେବେଳେ କୌଣସି କାମରେ ଯାଉଛନ୍ତି ଏହାକୁ ସାଙ୍ଗରେ ନେଇ ଯାଆନ୍ତୁ, ଲାଭ ନିଶ୍ଚୟ ମିଳିବ |

ସଫଳତା ପାଇଁ –

ବହୁ ପରିଶ୍ରମ ପରେ ଯଦି ଆପଣ କାମରେ ସଫଳତା ପାଉନାହାନ୍ତି ତେବେ ଡାହାଣ ପଟକୁ ଶୁଣ୍ଢ ଥିବା ଗଣପତିଙ୍କୁ ଘରେ ବିରାଜମାନ କରନ୍ତୁ | ବିଧି ବିଧାନରେ ପୂଜା କରିବା ସହ ଲବଙ୍ଗ ଚଢନ୍ତୁ, କାମରେ ସଫଳତା ମିଳିବ |

ଧନ ଲାଭ ପାଇଁ –

ଆର୍ଥିକ ଅସୁବିଧାରୁ ରକ୍ଷା ପାଇବା ପାଇଁ ଶନିବାର ଓ ମଙ୍ଗଳବାର ଶ୍ରୀ ହନୁମାନଙ୍କ ଆଗରେ ସୋରିଷ ତେଲର ଦୀପ ଜଳାନ୍ତୁ | ଦୀପରେ ଲବଙ୍ଗ ପକାଇବା ଦ୍ୱାରା ଧନ ଲାଭ ହେବ |

ଚାକିରି ପାଇଁ –

ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଲବଙ୍ଗର ଉପାୟ ଚମତ୍କାର ଅଟେ | ଏଥି ପାଇଁ ଏକ ଲେମ୍ବୁର ଚାରିପଟେ ଫୁଲ ଥିବା ଲବଙ୍ଗ ଖୋସି ଦିଅନ୍ତୁ | ଏବେ 21 ଥର ” ଓଁ ଶ୍ରୀ ହନୁମତେ ନମଃ ” ଜପ କରନ୍ତୁ | ଏହାକୁ ଜଳରେ ଭସାଇ ଦିଅନ୍ତୁ, ଦେଖିବେ ଖୁବ ଶୀଘ୍ର ଚାକିରି ମିଳିଯିବ |

ଶତ୍ରୁଙ୍କୁ ପରାଜିତ କରିବା ପାଇଁ –

ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଶନିବାର ଓ ମଙ୍ଗଳବାର ଦିନ ହନୁମାନଜୀଙ୍କୁ ବିଧି ପୂର୍ବକ ପୂଜା କରି ବଜରଙ୍ଗ ବାଣ ପଢନ୍ତୁ | କିଛି କର୍ପୁରରେ 5 ଲବଙ୍ଗ ଭସ୍ମ କରି ନିୟମିତ ମଥାରେ ଲଗାନ୍ତୁ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.